ଡିଗ୍ରୀ ମହାବିଦ୍ୟାଳୟ ର ବିଭାଗୀୟ ଆଲୋଚନା ଚକ୍ର ଅନୁଷ୍ଠିତ


ବରଗଡ଼/ ପଦ୍ମପୁର :– (ଫକୀର ରଣା). ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଜମଲା ଡିଗ୍ରୀ ମହାବିଦ୍ୟାଳୟ ରେ ବିଭାଗ ସ୍ତରୀୟ ଏକ ଆଲୋଚନା ଚକ୍ର ମହାବିଦ୍ୟାଳୟ ର ଅଧ୍ୟକ୍ଷ ସ୍ଵାଧୀନ ଚନ୍ଦ୍ର ପ୍ରଧାନ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମହା ବିଦ୍ୟାଳୟ ରେ ଥିବା ପାଞ୍ଚୋଟି ବିଭାଗ ଯଥା :– ଶିକ୍ଷା ବିଭାଗ, ରାଜନୀତି ବିଜ୍ଞାନ ବିଭାଗ, ଓଡ଼ିଆ ବିଭାଗ, ଇଂରାଜୀ ବିଭାଗ ଓ ଇତିହାସ ବିଭାଗ ର ଅନେକ ବିଷୟରେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମହା ବିଦ୍ୟାଳୟ ପରିଚାଳନା ପରିଷଦ ର ପୂର୍ବତନ ସଦସ୍ୟ କଳା କହ୍ନେଇ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଅଞ୍ଚଳ ମହା ବିଦ୍ୟାଳୟ ର ରାଜନୀତି ବିଜ୍ଞାନ ର ଅଧ୍ୟାପକ ପ୍ରଶାନ୍ତ ସିଦାର, ଓଡ଼ିଆ ବିଭାଗ ର ଅଧ୍ୟାପକ ଜୟ କୁମାର ଭୁଏ, ଇଂରାଜୀ ବିଭାଗ ର ଅଧ୍ୟାପକ ସମୀର ନାଗ, ଜମଲା ଜୁନିଅର କଲେଜ ର ଅଧ୍ୟକ୍ଷ ତଥା ଇତିହାସ ବିଭାଗ ର ଅଧ୍ୟାପକ ବିରଜା ପ୍ରସାଦ ଦଳପତି, ଘେଁସ କଲେଜ ର ଶିକ୍ଷା ବିଭାଗ ଅଧ୍ୟାପକ ଇସୁ ମହାନନ୍ଦ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ରେ ଅଧ୍ୟାପକ ସଦାନନ୍ଦ ସେଠ୍ ପ୍ରାରମ୍ଭିକ ସୂଚନା ପ୍ରଦାନ ଓ ଅଧ୍ୟାପକ ଆଶିଷ କୁମାର ଭୋଇ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

  • Related Posts

    ହିନ୍ଦୋଳ ଉପଖଣ୍ଡ ସ୍ଥରୀୟ ସାମ୍ବାଦିକ ସଙ୍ଘ ବାର୍ଷିକ ଉଛବ , ମୁଖ୍ୟ ବକ୍ତା ଙ୍କ ଅଭିଭାଷଣ ସାମ୍ବାଦିକହେଉଛନ୍ତି ଦେଶର ଜାଗ୍ରତ ପ୍ରହରି, ସାମ୍ବାଦିକ ବିନା ରାଷ୍ଟ୍ର ଗଠନ ଅସମ୍ଭବ|

    ଢେଙ୍କାନାଳ:–(ସୁମନ୍ତ ଦେହୁରୀ)ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ତ ରାସୋଳ ସ୍ଥିତ ଦାମାନି ପ୍ଲାଜା ପରିସର ରେ ଶନିବାର  ହିନ୍ଦୋଳ ସାମ୍ବାଦିକ ସଂଘର ବାର୍ଷୋକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ସୁଶାନ୍ତ ପତିଙ୍କ ପୌରହିତ୍ୟରେ ଜାତୀୟ ପ୍ରେସ ଦିବସ ଅବସର ରେ…

    Read more

    କେନ୍ଦୁ ଘାଟି ରେ ଗାଡି ଓଲଟି ଜଣେ ମୃତ ଦୁଇ ଗୁରୁତର |

    ମୋହନା -( ଜିତେନ୍ଦ୍ର କୁମାର ବେହେରା)ମୋହନା ଥାନା କେନ୍ଦୁ ଘାଟି ରେ ଓଲଟିଲା ଟ୍ରାଭେଲାର ଗାଡ଼ି, ଜଣେ ମୃତ ୬ ଆହାତ। ଆହାତ ଙ୍କ ମଧ୍ୟରୁ ଦୁଇ ଗୁରୁତର ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ…

    Read more

    Leave a Reply

    Your email address will not be published. Required fields are marked *