ଗଞ୍ଜାମ/ ଶେରଗଡ଼:–( ବାପୁନି ସେଠତୀ ) ସ୍ବାମୀକୁ ଛାଡି ପ୍ରେମ କରି ଅନ୍ଯ ଜଣଙ୍କୁ ବିବାହ ମହଙ୍ଗାପଡିଲା ମୋର ନାହିଁ ତ ଆଉ କାହାର ହୋଇ ପାରିବ ନାହିଁ ପଥରରେ ଛେଛି ହତ୍ଯା କରି ବାଦଗଡ ଠାକୁରାଣୀ ନିକଟ ଜଙ୍ଗଲକୁ ଫିଙ୍ଗି ଦେଇଥିଲା ଦୁର୍ବତ୍ତ , ୨ ଅଭିଯୁକ୍ତ ଗିରଫ ଶେରଗଡ ପୋଲିସକୁ ବଡ ସଫଳତା ମିଳିଛି ଏ ନେଇ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ଆସିକା ଏସଡିପିଓ ସଂଜୟ କୁମାର ମହାପାତ୍ର।ଗତ ୨୬/୧୦ରେ ଏକ ଅଜଣା ମହିଳାଙ୍କ ମୃତ୍ୟୁ ଶରୀରକୁ ଶେରଗଡ ପୋଲିସ ବାଦଗଡ ଠାକୁରାଣୀ ନିକଟ ଜଙ୍ଗଲରୁ ଉଦ୍ଧାର କରିଥିଲା। ଏହାକୁ ଅଜଣା ମହିଳା କହି ଅପମୃତ୍ୟୁ ୧୭/୨୪ ପ୍ରକାରେ ମାମଲା ରୁଜୁ କରି ବ୍ରହ୍ମପୁର ବଡ ଡାକ୍ତର ଖାନାକୁ ଶବ ବ୍ଯବେଛେଦ ପାଇଁ ପଠାଇ ଦେଇଥିଲେ। ବ୍ଯବେଛେଦ ସମୟରେ ଡାକ୍ତର ଗଭୀର କ୍ଷତଚିହ୍ନ, ଧାରୁଆ ଅସ୍ତ୍ରର ପ୍ରୟୋଗ ହୋଇଛି ବୋଲି କହିବା ପରେ ପୋଲିସର ସନ୍ଦେହ ଘେରକୁ ଆସିଥିଲା। ଏବଂ ତଦନ୍ତ ପାଇଁ ଗଂଜାମ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ଗଠନ କରି ତଦନ୍ତ ର ମୁଖ୍ଯ ଅଧିକାରୀ ଭାବେ ଶେରଗଡ ଥାନା ଅଧିକାରୀ ବିରେନ୍ଦ୍ର ଶିଆଳ ତଦନ୍ତ ଆରମ୍ଭ କରିଥିଲେ। ଉକ୍ତ ଘଟଣାରେ ପୋଲିସ ଦୁଇଜଣ ଅର୍ଥାତ ମୁଖ୍ଯ ଅଭିଯୁକ୍ତ ପିଣ୍ଟୁ ନାୟକ ଓ ତିର୍ଥ ନାୟକକୁ ଗିରଫ କରି କୋର୍ଟକୁ ଚାଲାଣ କରିଛି। ଘଟଣା ପ୍ରକାରେ ଗତ ୫ ବର୍ଷ ପୂର୍ବେ ପୋଲସରାର ଝୁମୁରି ନାୟକକୁ ଢଉଗାଁର ପିଣ୍ଟୁ ନାୟକକୁ ବିବାହ କରିଥିଲା। କିଛି ଦିନ ପରେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ଝଗଡା ଲାଗିରହିଥିଲା। ଝୁମୁରିର ଗୋଟିଏ ୩ ବର୍ଷର ପୁଅ ଅଛି। ପରେ ସ୍ବାମୀ ପିଣ୍ଟୁ ର ଦାଦା ପୁଅ ଭାଇ କୃଷ୍ଣ ନାୟକ ଘରକୁ ଯିବା ଆସିବା କରେ। ଏହି ଯିବା ଆସିବାରେ ପିଣ୍ଟୁ ର ସ୍ତ୍ରୀ ଝୁମୁରି ସହିତ ତାର ପ୍ରେମ ସଂପର୍କ ଗଢି ଉଠିଥିଲା। ସ୍ବାମୀ ପିଣ୍ଟୁ ଠାରୁ ବିତୃଷ୍ଣା ହୋଇ ଲୁଚିକରି ଝୁମୁରି କୃର୍ଷ୍ଣ ନାୟକ ସାଥିରେ ମାଣିକ ପୁର ଯାଇ ପ୍ରେମ ବିବାହ ରହିଲା। ପରନ୍ତୁ ତାର ପୁଅ କୁ ନେଲା ନାହିଁ। ପିଣ୍ଟୁ ବହୁତ ଖୋଜାଖୋଜି ପରେ ସ୍ତ୍ରୀ ଝୁମୁରି କୃଷ୍ଣ ନାୟକ ସାଥିରେ ମାଣିକପୁର ରେ ରହୁଛି ବୋଲି ଖବର ପାଇଥିଲା। ଗତ ୧୫/୧୦ ରେ ପିଣ୍ଟୁ ନାୟକ ସାଥିରେ ତୀର୍ଥ ନାୟକକୁ ଧରି ମାଣିକପୁର ଯାଇ ଖୋଜାଖୋଜି କରି ପାଇ ନଥିଲା। ପୁଣି ୧୭/୧୦ ରେ ଗୋଟିଏ ଲାଲ ରଂଗର ହୋଣ୍ଡା ସାଇନ ଗାଡି ଧରି ପିଲା କାନ୍ଦୁଛି ବୋଲି କହି ଗାଡି ମଝିରେ ବସାଇ ମାଣିକପୁର ରୁ ଆଣି ଥିଲେ। ସିଧା ନ ଯାଇ ବାଦଗଡ ପଟେ ଯିବା ପରିବର୍ତ୍ତନ କରିଥିଲେ ପିଣ୍ଟୁ ନାୟକ। ବାଦଗଡ ଠାକୁରାଣୀ ନିକଟ ଜଙ୍ଗଲ ରେ ବାଇକ ରଖିଥିଲେ। ତିର୍ଥ ନାୟକକୁ ସ୍ଥିତି ଅନୁଧ୍ଯାନ କରେ ବୋଲି କହି ଜଙ୍ଗଲ ରୁ ଧାରୁଆ ପଥର ଆଣି ବାରମ୍ବାର ୭ ରୁ ୮ ଥର ଝୁମୁରି କୁ ମାରି ମାରି ହତ୍ଯା କରିଥିଲେ।ପ୍ରଚୁର ରକ୍ତଶ୍ରାବ ଯୋଗୁଁ ମୃତ୍ୟୁ ପରେ ଶବକୁ ଜଙ୍ଗଲ ଭିତରକୁ ଫିଙ୍ଗି ତୀର୍ଥ ନାୟକ ପାଖକୁ ଫେରି ଢଉଗାଁକୁ ଫେରି ଶାନ୍ତି ରେ ରହିଯାଇଥିଲା ମୋବାଇଲ ଟ୍ରାକ ସହ ପୋଲସରା ଓ ଢଉଗାଁକୁ ଯାଇ ବିରେନ୍ଦ୍ର ସିଆଳ ଓ ଟିମ ଢଉଗାଁରୁ ପିଣ୍ଟୁ ଓ ତୀର୍ଥ କୁ ଗିରଫ କରିଛନ୍ତି। ଥାନା କେସନଂ ୪୩୩/୨୪ ଦୁଇ ଅଭିଯୁକ୍ତ କୁ ଗିରଫ କରି ୨ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛନ୍ତି ଏ ନେଇ ଖବର ଦାତା ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ଏସଡିପିଓ ଶ୍ରୀ ମହାପାତ୍ର।
ଗଞ୍ଜାମ ଜିଲ୍ଲl ଶେରଗଡ଼ରୁ ବାପୁନି ସେଠଙ୍କ ରିପୋର୍ଟ ପ୍ରତୀକ୍ଷ
କେନ୍ଦୁ ଘାଟି ରେ ଗାଡି ଓଲଟି ଜଣେ ମୃତ ଦୁଇ ଗୁରୁତର |
ମୋହନା -( ଜିତେନ୍ଦ୍ର କୁମାର ବେହେରା)ମୋହନା ଥାନା କେନ୍ଦୁ ଘାଟି ରେ ଓଲଟିଲା ଟ୍ରାଭେଲାର ଗାଡ଼ି, ଜଣେ ମୃତ ୬ ଆହାତ। ଆହାତ ଙ୍କ ମଧ୍ୟରୁ ଦୁଇ ଗୁରୁତର ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ…
Read more