କଟକ:–( ବିନୋଦ କୁମାର ) ଆଜି ଓଡିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସାରସ୍ଵତ ସମାଜ, ଭୁବନେଶ୍ୱର, ଓଡ଼ିଶା ର ଏକ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଭୁବନେଶ୍ୱରସ୍ଥିତ ୟୁନିଟ୍-୩ ଠାରେ ଥିବା ଗୋଦାବରୀଶ ସାହିତ୍ୟ ସଂସଦ ସଭାଗୃହରେ ବହୁ ସାହିତ୍ୟ ପ୍ରେମୀଙ୍କ ଉପସ୍ଥିତିରେ ବିଶିଷ୍ଟ ସାହିତ୍ୟିକା ତଥା ସମାଜସେବୀ ଶ୍ରୀମତୀ ସରୋଜିନୀ ମିଶ୍ରଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବିଶିଷ୍ଟ ହାସ୍ୟ କବି ଡଃ କୁଳାଙ୍ଗାର ଯୋଗଦେଇ କବିତାରେ ନୂତନ ରୂପକଳ୍ପ, ଚିତ୍ରକଳ୍ପ ଓ ଉପମା ବ୍ଯବହାର କରି କବି ପାଠକ ମନରେ ଏକ କାବ୍ୟ ଚେତନା ସୃଷ୍ଟି କରିବା ପ୍ରୟାସ କରିଥାଏ। ଭାଷାଗତ ସୈନ୍ଦର୍ଯ୍ଯ ବିନା କବିତାର କଳ୍ପନା କରାଯାଇପାରେନା ବୋଲି ମତପୋଷଣ କରିଥିଲେ। ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ନିଜ ବକ୍ତବ୍ୟରେ ପୂର୍ବସୂରିମାନଙ୍କର ପୁରାତନ ଭିତ୍ତିଭୂମିକୁ ପାଥେୟ କରି ଆଧୁନିକ କବି ତାହାର ଲେଖନୀ ଚାଳନା କରିଥାନ୍ତି ବୋଲି ମତପୋଷଣ କରିବା ସହ ଯାହାର ପ୍ରଭାବ ଏହି ସମାଜର ଆବଶ୍ୟକତା ରହିଛି। ବିଶିଷ୍ଟ କଣ୍ଠଶିଳ୍ପୀ ତଥା କବୟିତ୍ରୀ ଶ୍ରୀମତୀ ସୈାଦାମିନୀ ସାମନ୍ତରାୟ ଓ କବୟିତ୍ରୀ ଶ୍ରୀମତୀ ସନ୍ଧ୍ୟାରାଣୀ ପୃଷ୍ଟିଙ୍କ ସଂଯୋଜନା ରେ କବି ଶ୍ରୀ ଆର୍ତ୍ତବନ୍ଧୁ ଦାସ, ଶ୍ରୀମତୀ ମନୋରମା ମିଶ୍ର, ଶ୍ରୀ ଗୋଦାବରୀଶ କର, ଶ୍ରୀମତୀ ପ୍ରଣତି ପରିଡା, ଶ୍ରୀମତୀ ସୈାଦାମିନୀ ତ୍ରୀପାଠୀ, ଶ୍ରୀ ସନ୍ତୋଷ କୁମାର ଦାସ, ଶ୍ରୀ ଶରତ ସାହୁ, ଶ୍ରୀମତୀ ନିରୁପମା ରଥ, ଶ୍ରୀ ଲକ୍ଷ୍ମୀଧର ଦାଶ, ଶ୍ରୀ ଦେବରାଜ ନାୟକ, ଓ ବହୁ କବି ଯୋଗଦେଇ ନିଜ ନିଜର ସ୍ବରଚିତ କବିତା ପାଠ କରିଥିଲେ।ସମାଜର ଉପ-ସଭାପତି ଶ୍ରୀ ନିଖିଳ କୁମାର ବଳବନ୍ତରାୟ ଆସର ପରିଚାଳନା ରେ ସହଯୋଗ କରିବା ସହ ବରିଷ୍ଠ କବି ଶ୍ରୀ ତରୁଣ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୋଳ ଉପଖଣ୍ଡ ସ୍ଥରୀୟ ସାମ୍ବାଦିକ ସଙ୍ଘ ବାର୍ଷିକ ଉଛବ , ମୁଖ୍ୟ ବକ୍ତା ଙ୍କ ଅଭିଭାଷଣ ସାମ୍ବାଦିକହେଉଛନ୍ତି ଦେଶର ଜାଗ୍ରତ ପ୍ରହରି, ସାମ୍ବାଦିକ ବିନା ରାଷ୍ଟ୍ର ଗଠନ ଅସମ୍ଭବ|
ଢେଙ୍କାନାଳ:–(ସୁମନ୍ତ ଦେହୁରୀ)ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ତ ରାସୋଳ ସ୍ଥିତ ଦାମାନି ପ୍ଲାଜା ପରିସର ରେ ଶନିବାର ହିନ୍ଦୋଳ ସାମ୍ବାଦିକ ସଂଘର ବାର୍ଷୋକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ସୁଶାନ୍ତ ପତିଙ୍କ ପୌରହିତ୍ୟରେ ଜାତୀୟ ପ୍ରେସ ଦିବସ ଅବସର ରେ…
Read more