ଖୋର୍ଦ୍ଧା :—- ( ପ୍ରିୟଙ୍କା ମହାପାତ୍ର) ଖୋର୍ଦ୍ଧାରେ ବ୍ୟବସାୟ ଏବଂ ବାଣିଜ୍ୟର ଅଭିବୃଦ୍ଧି ପଛରେ ହାତ ରହିଛି ଖୋର୍ଦ୍ଧା କ୍ରସର୍ ୟୁନିଟ୍ ଏକ ବଡ ଭୂମିକା । ହଜାର ହଜାର ଜୀବନ ଜୀବିକା ଏହି କ୍ରସର୍ ଶିଳ୍ପ ଉପରେ ନିର୍ଭର କରୁଥିବା ବେଳେ ଏବେ କିଛି ସ୍ବାର୍ଥନ୍ୟସ୍ତ ବ୍ୟକ୍ତିଙ୍କ ମନମୁଖୀ ନୀତି କାରଣରୁ କ୍ରସର ମାଲିକଙ୍କ ମଧ୍ୟରେ ଦେଖା ଦେଇଛି ଆସନ୍ତି । କିଛି ରାଜନୈତିକ ବ୍ୟକ୍ତି ନିଜ ସ୍ବାର୍ଥ ପୂରଣ ପାଇଁ
ସଂଘକୁ ନେଇ ଚଳାଇଛନ୍ତି ମନମୁଖୀ କାର୍ଯ୍ୟ । ନିଜ ସ୍ୱାର୍ଥ ହାସଲ କରିବାକୁ ଯାଇ ବିଭିନ୍ନ ଆଳ ଦେଖାଇ କ୍ରସର ୟୁନିଟ ବନ୍ଦ ପାଇଁ ବିଭିନ୍ନ ସମୟରେ ମାଲିକ ମାନଙ୍କ ଉପରେ ଚାପ ପକାଉଛନ୍ତି ।
ସଙ୍ଘର ନିୟମ ଅନୁଯାୟୀ ସଭପତି ବଦଳୁଛନ୍ତି, ହେଲେ ସଙ୍ଘର କାର୍ଯ୍ୟକାରୀ ସଭାପତି ଏବଂ ସମ୍ପାଦକ ପଦ ସଙ୍ଘ ଗଢ଼ାହେବା ଦିନରୁ ବଦଳି ନାହିଁ।
ଏହାକୁ ନେଇ ଏବେ ସଙ୍ଘ ଭିତରେ ଦେଖା ଦେଇଛି ତୀବ୍ର ଅସନ୍ତୋଷର ନିଆଁ । ଆଉ ଏହି ଘଟଣାକୁ ନେଇ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡିବା ପରି ପରିସ୍ଥିତି ଦେଖା ଦେଇଛି ସଂଘ ଭିତରେ। ସଂଘରେ ଚାଲିଥିବା ମନମାନିକୁ ନେଇ କିଛି କ୍ରସର ମାଲିକ ନିଜର ଅସନ୍ତୋଷ ପ୍ରକାଶ କରିବା ପରେ ଘଟଣା ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ତାହା ଏବେ ହେଇଛି କାଳ, ସଂଘରେ ମନମୁଖୀ ଶାସନ ଚଳାଇଥିବା ବ୍ୟକ୍ତିମାନଙ୍କୁ। ସଂଘରେ କାର୍ଯ୍ୟକାରୀ ସଭାପତି ଓ ସମ୍ପାଦକ ଦୀର୍ଘଦିନ ଧରି ପଦବୀ ମାଡି ବସିଥିବାବେଳେ କାହିଁକି ପ୍ରତ୍ୟେକବର୍ଷ ନୂତନ କର୍ମକର୍ତା ଉକ୍ତ ପଦବୀ ପାଇଁ ଚୟନ କରାଯାଉନି ବୋଲି କିଛି କ୍ରସର ମାଲିକ ପ୍ରଶ୍ନ କରିଛନ୍ତି । ଏଥିସହିତ ବିଭିନ୍ନ କ୍ରସର ଶିଳ୍ପରୁ ଆଦାୟ କରାଯାଉଥିବା ଅର୍ଥ ରାଶିର ସବିଶେଷ ଖର୍ଚ୍ଚ ବୀବରଣୀ କାହିଁକି ସାର୍ବଜନୀନ କରାଯାଉନି ବୋଲି କେତେକ କ୍ରସର ମାଲିକ ପ୍ରଶ୍ନ କରିଥିବାବେଳେ ଏହାର ତଦନ୍ତ ଦାବି କରିଛନ୍ତି । ଏହିସବୁ ଘଟଣାକୁ କେନ୍ଦ୍ର କରି ମେଗା କ୍ରସର ମାଲିକ ମାନେ ଅନ୍ୟ ଏକ ସଂଘ କରିବାକୁ ପ୍ରସ୍ତୁତ ହେଉଥିବା ଜଣାଯାଇଛି ।
ହିନ୍ଦୋଳ ଉପଖଣ୍ଡ ସ୍ଥରୀୟ ସାମ୍ବାଦିକ ସଙ୍ଘ ବାର୍ଷିକ ଉଛବ , ମୁଖ୍ୟ ବକ୍ତା ଙ୍କ ଅଭିଭାଷଣ ସାମ୍ବାଦିକହେଉଛନ୍ତି ଦେଶର ଜାଗ୍ରତ ପ୍ରହରି, ସାମ୍ବାଦିକ ବିନା ରାଷ୍ଟ୍ର ଗଠନ ଅସମ୍ଭବ|
ଢେଙ୍କାନାଳ:–(ସୁମନ୍ତ ଦେହୁରୀ)ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ତ ରାସୋଳ ସ୍ଥିତ ଦାମାନି ପ୍ଲାଜା ପରିସର ରେ ଶନିବାର ହିନ୍ଦୋଳ ସାମ୍ବାଦିକ ସଂଘର ବାର୍ଷୋକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ସୁଶାନ୍ତ ପତିଙ୍କ ପୌରହିତ୍ୟରେ ଜାତୀୟ ପ୍ରେସ ଦିବସ ଅବସର ରେ…
Read more