କଟକ:–( ବିନୋଦ କୁମାର ଭୋଇ ) ନ୍ୟାର୍ଯ୍ୟ ଅଧିକାର ପାଇଁ କଟକ ଜିଲ୍ଲାପାଳଙ୍କକାର୍ଯ୍ୟାଳୟ ସମ୍ମୁଖରେ |ଜଗତପୁର ଶିଳ୍ପଞ୍ଚଳ ସ୍ଥିତ କସବୋର୍ଡ଼ ଇଣ୍ଡଷ୍ଟ୍ରିରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ବକେୟା ଦରମା, ଗ୍ରାଚୁଟି ବୋନସ ସମେତ ଅନ୍ୟାନ୍ୟ ଶ୍ରମ ଆଇନ ମୁତାବକ ସୁବିଧା ସୁଯୋଗ ପ୍ରଦାନ କରାଯାଇନ ଥିବାରୁ ଏ ସମ୍ବନ୍ଧରେ କର୍ମଚାରୀମାନେ ଉକ୍ତ କମ୍ପାନୀର ମାଲିକଙ୍କଙ୍କୁ ଲେବର କମିଶନରଙ୍କୁ ଓ, ଜିଲ୍ଲାଶ୍ରମ ଅଧିକାରୀଙ୍କୁ ଲିଖିତ ଜଣାଇ ଦିଆଯାଇଥିବା ସତ୍ୱେ ଉକ୍ତ କମ୍ପାନୀର ମାଲିକ ସମସ୍ତ ଶ୍ରମିକ ମାନଙ୍କୁ ଆଇନଗତ ପ୍ରାପ୍ୟ ପ୍ରଦାନ କରିନାହାଁନ୍ତି l ଯାହା ଫଳରେ କର୍ମଚାରୀ ମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଉଥିବା କାରଣରୁ ଭାରତୀୟ ମଜଦୂର ସଙ୍ଘ ଦ୍ୱାରା ପରିଚାଳିତ ଜଗତପୁର ଶିଳ୍ପଞ୍ଚଳ ଶ୍ରମିକ ସଙ୍ଘ ତରଫରୁ କସବୋର୍ଡ଼ ଇଣ୍ଡଷ୍ଟ୍ରି ( ବିମଲ ଗ୍ରୁପ ) କମ୍ପାନୀ ଗେଟ ନିକଟରେ କର୍ମଚାରୀ ମାନେ ୪୨୦ ଦିନ ଧରି ଧାରଣାରେ ବସିରହିଛନ୍ତି l ପ୍ରକାଶ ଥାଉକି ମାନ୍ୟବର ଏନ. ସି. ଏଲ.ଟି କୋର୍ଟ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ୧ କୋଟି ୭୪ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଆଦେଶ ଦେଇଥିଲେ ସୁଧା ଉକ୍ତ କମ୍ପାନୀର ମାଲିକ ଶ୍ରମିକ ମାନଙ୍କୁ ତାଙ୍କ ପ୍ରାପ୍ୟ ଦେବାରେ ଚଞ୍ଚକତା କରିବାସହ ଶ୍ରମିକ ମାନଙ୍କୁ ୫୯% ଗ୍ରାଚୁଟି ପ୍ରଦାନ କରିଛନ୍ତି l ଶ୍ରମିକ ମାନଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଶ୍ରମ ଆଇନ ଖିଲାପ କରୁଥିବା ମାଲିକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଵା ପାଇଁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଗତପୁର ଶିଳ୍ପଞ୍ଚଳ ଶ୍ରମିକ ସଙ୍ଘ ତରଫରୁ ବିକ୍ଷୋଭ ପଦର୍ଶନ କରାଯାଇଥିଲା l ଏ ସଙ୍ଘର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ଶ୍ରମମନ୍ତ୍ରୀଙ୍କ ଉଦେଶ୍ୟରେ କଟକ ଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର Amader କରାଯାଇଛି l ଏହି କାର୍ଯ୍ୟକ୍ରମରେ ଭାରତୀୟ ମଜଦୂର ସଙ୍ଘର ପୂର୍ବତନ ରାଜ୍ୟ ସଭାପତି ଇଂ ଶ୍ରୀକାନ୍ତ କୁମାର ଵ୍ରହ୍ମା, କଟକ ଜିଲ୍ଲାସଭାପତି ଆଇନଜୀବି ରମାକାନ୍ତ ସାହୁ, ଜିଲ୍ଲାସମ୍ପାଦକ ପ୍ରଭୁଦତ୍ତ ମିଶ୍ର, କୋଷାଧକ୍ଷ ସବିତା ସାହୁ, ଜଗତପୁର ଶିଳ୍ପଞ୍ଚଳ ଶ୍ରମିକ ସଙ୍ଘର ସଭାପତି ବସନ୍ତ କୁମାର ସାହୁ, ସାଧାରଣ ସମ୍ପାଦକ ଅଶୋକ କୁମାର ସାମଲ, ଏସ ଶ୍ରୀନିବାସ ରାଓ, ଗୌରାଙ୍ଗ ଚରଣ ରଥ, ଶାରଦା ପାତ୍ର, ପ୍ରବୀଣା ଭୋଇ, ସତ୍ୟବ୍ରତ ସ୍ୱାଇଁ, ବିଶ୍ୱଜିତ ପରିଡା, ପ୍ରମୁଖ ଉପସ୍ଥିତ ରହି ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଉଦବୋଧନ ଦେଇଥିଲେ
ହିନ୍ଦୋଳ ଉପଖଣ୍ଡ ସ୍ଥରୀୟ ସାମ୍ବାଦିକ ସଙ୍ଘ ବାର୍ଷିକ ଉଛବ , ମୁଖ୍ୟ ବକ୍ତା ଙ୍କ ଅଭିଭାଷଣ ସାମ୍ବାଦିକହେଉଛନ୍ତି ଦେଶର ଜାଗ୍ରତ ପ୍ରହରି, ସାମ୍ବାଦିକ ବିନା ରାଷ୍ଟ୍ର ଗଠନ ଅସମ୍ଭବ|
ଢେଙ୍କାନାଳ:–(ସୁମନ୍ତ ଦେହୁରୀ)ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ତ ରାସୋଳ ସ୍ଥିତ ଦାମାନି ପ୍ଲାଜା ପରିସର ରେ ଶନିବାର ହିନ୍ଦୋଳ ସାମ୍ବାଦିକ ସଂଘର ବାର୍ଷୋକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ସୁଶାନ୍ତ ପତିଙ୍କ ପୌରହିତ୍ୟରେ ଜାତୀୟ ପ୍ରେସ ଦିବସ ଅବସର ରେ…
Read more