ରାୟଗଡ଼ା:–(ଅକ୍ଷୟ ମହାନନ୍ଦିଆ) ବହୁଜନ ସମାଜ ପାର୍ଟି ପକ୍ଷରୁ ବିର୍ସା ମୁଣ୍ଡା ଙ୍କ ୧୪୯ତମ ଜନ୍ମ ଜୟନ୍ତୀ ପାଳିତ । ସ୍ୱାଧୀନତା ସଂଗ୍ରାମୀ ଧର୍ତୀ ଆବା ବିର୍ସା ମୁଣ୍ଡା ଙ୍କ ୧୪୯ ତମ ଜନ୍ମ ଜୟନ୍ତୀ ବହୁଜନ ସମାଜ ପାର୍ଟି ପକ୍ଷରୁ ଜିଲ୍ଲା ସଭାପତି ଶ୍ରୀ ଜିତୁ ଯାକେସିକା ଙ୍କ ଅଧକ୍ଷତାରେ ବିଷମକଟକ ସଦର ମିନି ଷ୍ଟାଡିୟମରେ ଠାରେ ପାଳନ ହୋଇ ଯାଇଅଛି । ହଜାର ହଜାର ମହିଳା ଏବଂ ପୁରୁଷ ବାହାରି “ ବିର୍ସା ମୁଣ୍ଡା ଡାକରା ଦିଏ ଲଢେଇ କରି ବଞ୍ଚି ହୁଏ ” ନାରାରେ ସହର ପରିକ୍ରମା କରି ନୂତନ ବସ ଷ୍ଟାଣ୍ଡ ସ୍ଥିତ ସମ୍ବିଧାନ ପ୍ରଣେତା ଡକ୍ଟର ବାବା ସାହେବ ଆମ୍ବେଦକର ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ପ୍ରର୍ତ୍ତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଜିଲ୍ଲା ସଭାପତି ଶ୍ରୀ ଜିତୁ ଯାକେସିକା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ ଅବସରରେ ମୂଖ୍ୟ ଅତିଥି ଭାବେ ଅଲ୍ ଓଡ଼ିଶା ସିଡୁଲ୍ କାଷ୍ଟ ଫେଡ୍ରସନର ସଭାପତି ଶ୍ରୀ ଧନଞ୍ଜୟ ଦ୍ଵୀପ, ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ପ୍ରଭାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଟାକ୍ରି, ଜିଲ୍ଲା ସାଧାରଣ ସମ୍ପାଦକ ରବିନ୍ଦ୍ର ଗରଡ଼ିଆ, କସାଧକ୍ଷ କରୁଣାକର ପଲକିଆ, ବରିଷ୍ଟ ନେତା ଶିବ ପ୍ରାସ୍କା, ଧନୁର୍ଜୟ କୌଶଲ୍ୟା, ବିଷମକଟକ ନିର୍ବାଚନ ମଣ୍ଡଳୀର ସଭାପତି ଭୀମ ପିଡ଼ିକାକା, ବ୍ଲକ୍ ସଭାପତି ରମାକାନ୍ତ ମିଣିଆକା, ସମ୍ପାଦକ ପୁନିଆ କାଡ୍ରାକା ପ୍ରମୁଖ ଉପସ୍ଥିତ ରହି ସ୍ଵାଧିନତା ସଂଗ୍ରାମୀ ବିର୍ସା ମୁଣ୍ଡା ଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ ପ୍ରଦୀପ ପ୍ରଜୂଳନ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ବିର୍ସା ମୁଣ୍ଡାଙ୍କ ସଂଘର୍ଷ ଓ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ । ଶେଷ ରେ ବିଭିନ୍ନ ଅଞ୍ଚଳ ରୁ ଆସିଥିବା ଆଦିବାସୀ ନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।
ହିନ୍ଦୋଳ ଉପଖଣ୍ଡ ସ୍ଥରୀୟ ସାମ୍ବାଦିକ ସଙ୍ଘ ବାର୍ଷିକ ଉଛବ , ମୁଖ୍ୟ ବକ୍ତା ଙ୍କ ଅଭିଭାଷଣ ସାମ୍ବାଦିକହେଉଛନ୍ତି ଦେଶର ଜାଗ୍ରତ ପ୍ରହରି, ସାମ୍ବାଦିକ ବିନା ରାଷ୍ଟ୍ର ଗଠନ ଅସମ୍ଭବ|
ଢେଙ୍କାନାଳ:–(ସୁମନ୍ତ ଦେହୁରୀ)ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ତ ରାସୋଳ ସ୍ଥିତ ଦାମାନି ପ୍ଲାଜା ପରିସର ରେ ଶନିବାର ହିନ୍ଦୋଳ ସାମ୍ବାଦିକ ସଂଘର ବାର୍ଷୋକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ସୁଶାନ୍ତ ପତିଙ୍କ ପୌରହିତ୍ୟରେ ଜାତୀୟ ପ୍ରେସ ଦିବସ ଅବସର ରେ…
Read more