ପାଇକସାହି ସ୍କୁଲ ସମ୍ମୁଖ ରାସ୍ତାରେ ଜଳ ନିଷ୍କାସନ ନ ହେବାରୁ ପିଲାଙ୍କ ପାଠ ପଢାରେ ବାଧା |



   କଟକ:–(ବିନୋଦ କୁମାର ଭୋଇ)  କଟକର ୫୬ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପାଇକ ସାହିରେ ଏକ ଅଭାବନୀୟ ପରିସ୍ଥିତି ଦେଖୂବାକୁ ମିଳିଛି। ପାଇକ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ଦୁଇପଟକୁ ସଂଯୁକ୍ତ କରୁଥିବା ରାଜପଥ ତଳ ରାସ୍ତା ଦୀର୍ଘ ଦିନ ହେବ ପାଣି ପୂର୍ଣ୍ଣ ହୋଇ ରହିଛି।ଏଥୂଲାଗି କଟକ ମହାନଗର ନିଗମ ପକ୍ଷରୁ ଜଳନିଷ୍କାସନ ଲାଗି ମୋଟର ପମ୍ପ ସହ ଆବଶ୍ୟକୀୟ ତେଲ ଯୋଗାଇ ଦିଆଯାଉଥୂଲେ ମଧ୍ୟ ଏହି ପାଣି ପମ୍ପ ବନ୍ଦ ହୋଇପଡିଛି। ଦୁଃଖ ଓ ପରିତାପର ବିଷୟ ଯେ ଏହି ପାଣି ପମ୍ପ ଚାଲିବା ଲାଗି କଟକ ମହାନଗର ନିଗମ ତହବିଲରୁ   ତେଲ ଲାଗି ଦିଆଯାଉଥିବା ଅର୍ଥ ବାଟମାରଣା ହେବା ସ୍ଥାନୀୟ ଲୋକେ ଅଭିଯୋଗ କରିବା ସହ ଏହି ପାଣି ଭିତରେ ପଶି ସ୍କୁଲ କୁ ପାଠ ପଢିବାକୁ ଆସୁଥୂବା ଛୋଟ ଛୋଟ ପିଲାମାନଙ୍କର ଯଦି କୈାଣସି ଦୁର୍ଘଟଣା ହୁଏ ତେବେ କିଏ ଦାୟୀ ରହିବେ ବୋଲି ପ୍ରଶ୍ନ କରିଛନ୍ତି। ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କଟକ ମହାନଗର ନିଗମ ମେୟର, କମିଶନର, ସ୍ଥାନୀୟ ବିଧାୟକ ଓ ସ୍ଥାନୀୟ କର୍ପୋରେଟର ନୀରବ ରହିବା ସ୍ଥାନୀୟ ଅଞ୍ଚଳରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଏହାର ତୁରନ୍ତ ପ୍ରତିକାର ଲାଗି ଅନୁରୋଧ କରିଛନ୍ତିି।

  • Related Posts

    ହିନ୍ଦୋଳ ଉପଖଣ୍ଡ ସ୍ଥରୀୟ ସାମ୍ବାଦିକ ସଙ୍ଘ ବାର୍ଷିକ ଉଛବ , ମୁଖ୍ୟ ବକ୍ତା ଙ୍କ ଅଭିଭାଷଣ ସାମ୍ବାଦିକହେଉଛନ୍ତି ଦେଶର ଜାଗ୍ରତ ପ୍ରହରି, ସାମ୍ବାଦିକ ବିନା ରାଷ୍ଟ୍ର ଗଠନ ଅସମ୍ଭବ|

    ଢେଙ୍କାନାଳ:–(ସୁମନ୍ତ ଦେହୁରୀ)ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ତ ରାସୋଳ ସ୍ଥିତ ଦାମାନି ପ୍ଲାଜା ପରିସର ରେ ଶନିବାର  ହିନ୍ଦୋଳ ସାମ୍ବାଦିକ ସଂଘର ବାର୍ଷୋକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ସୁଶାନ୍ତ ପତିଙ୍କ ପୌରହିତ୍ୟରେ ଜାତୀୟ ପ୍ରେସ ଦିବସ ଅବସର ରେ…

    Read more

    କେନ୍ଦୁ ଘାଟି ରେ ଗାଡି ଓଲଟି ଜଣେ ମୃତ ଦୁଇ ଗୁରୁତର |

    ମୋହନା -( ଜିତେନ୍ଦ୍ର କୁମାର ବେହେରା)ମୋହନା ଥାନା କେନ୍ଦୁ ଘାଟି ରେ ଓଲଟିଲା ଟ୍ରାଭେଲାର ଗାଡ଼ି, ଜଣେ ମୃତ ୬ ଆହାତ। ଆହାତ ଙ୍କ ମଧ୍ୟରୁ ଦୁଇ ଗୁରୁତର ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ…

    Read more

    Leave a Reply

    Your email address will not be published. Required fields are marked *