ବ୍ଲକ୍ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ।


  ବଲାଙ୍ଗୀର:–(ନୀଳାମ୍ବର ବେହେରା)  ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ମହୁଲ ପଡା ପଞ୍ଚାୟତ ଅଧୀନ ରେ ଥିବା ଗୁଳୁମି ଠାରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଗୁଳୁମୀ ଠାରେ ବ୍ଲକ୍ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୨୦୨୪-୨୫ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟ କ୍ରମ କୁ ଗଲୁମି ଗାଁ ର ଭଦ୍ର ବ୍ୟକ୍ତି ମାନେ ଓ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଗୋବର୍ଦ୍ଧନ ଭୋଇ ଆୟୋଜିତ କରିଥିଲେ ।ଉକ୍ତ  ପ୍ରଦର୍ଶନୀ ରେ ଟିଟିଲାଗଡ଼ ସହରର ଏବଂ ୨୪ ଗୋଟି ପଞ୍ଚାୟତ ରୁ ସମସ୍ତ ଉଚ୍ଚ ବିଦ୍ୟାଳୟ ଏବଂ କିଛି ପ୍ରଥିମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ନିଜର ପ୍ରଦର୍ଶନୀ ରେ ଭାଗ ନେଇ ଥିଲେ । ସର୍ବ ମୋଟ ୧୬୭ ଜଣ ଛାତ୍ର ଓ ଛାତ୍ରୀ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ରେ ଭାଗ ନେଇ ଥିଲେ । ମଞ୍ଚରେ ଟିଟିଲାଗଡ଼ ବିଧାୟକ ଶ୍ରୀ ନବୀନ ଜୈନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ଶ୍ରୀ ଯୁକ୍ତ ଆର୍ତ୍ତତ୍ରାଣ ରଥ ବ୍ଲକ୍ ଶିକ୍ଷା ଅଧିକାରୀ ସଭାପତିତ୍ବ କରିଥିଲେ ଏବଂ ସମ୍ମାନିତ ଅତିଥି ଭାବେ ସୁବାସ ଚନ୍ଦ୍ର ଦାସ ଓ ଆୟୋଜକ ସମ୍ପାଦକ ଗୋବର୍ଦ୍ଧନ ଭୋଇ  ମଂଚା ସିନ ରହି ନିଜର ବକ୍ତବ୍ୟ ରଖିଥିଲେ । ମଞ୍ଚରେ କୁନି କୁନି ପିଲା ମାନେ ରଙ୍ଗା ରଙ୍ଗ କାର୍ଯ୍ୟ କ୍ରମ ରେ ଭାଗ ନେଇ ନିଜର କଳା ପ୍ରଦର୍ଶନ କରି ଲୋକଙ୍କୁ ମୁଗ୍ଧ କରିଥିଲେ। ବାଲ ବୈଜ୍ଞାନିକ ପ୍ରଦର୍ଶନୀ ରେ ଭାଗ ନେଇ ଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରମାଣ ପତ୍ର ଦେବା ର ସୁବିଧା ମଧ୍ୟ ହୋଇଥିଲା । ବିଦ୍ୟାଳୟ ପରିସର ରେ ଉପସ୍ଥିତ ଦର୍ଶକ , ଅଭି ଭବକ ଓ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଭୋଜନ ପାଇଁ ସୁବିଧା କରା ଯାଇ ଥିଲା ।
 

  • Related Posts

    ହିନ୍ଦୋଳ ଉପଖଣ୍ଡ ସ୍ଥରୀୟ ସାମ୍ବାଦିକ ସଙ୍ଘ ବାର୍ଷିକ ଉଛବ , ମୁଖ୍ୟ ବକ୍ତା ଙ୍କ ଅଭିଭାଷଣ ସାମ୍ବାଦିକହେଉଛନ୍ତି ଦେଶର ଜାଗ୍ରତ ପ୍ରହରି, ସାମ୍ବାଦିକ ବିନା ରାଷ୍ଟ୍ର ଗଠନ ଅସମ୍ଭବ|

    ଢେଙ୍କାନାଳ:–(ସୁମନ୍ତ ଦେହୁରୀ)ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ତ ରାସୋଳ ସ୍ଥିତ ଦାମାନି ପ୍ଲାଜା ପରିସର ରେ ଶନିବାର  ହିନ୍ଦୋଳ ସାମ୍ବାଦିକ ସଂଘର ବାର୍ଷୋକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ସୁଶାନ୍ତ ପତିଙ୍କ ପୌରହିତ୍ୟରେ ଜାତୀୟ ପ୍ରେସ ଦିବସ ଅବସର ରେ…

    Read more

    କେନ୍ଦୁ ଘାଟି ରେ ଗାଡି ଓଲଟି ଜଣେ ମୃତ ଦୁଇ ଗୁରୁତର |

    ମୋହନା -( ଜିତେନ୍ଦ୍ର କୁମାର ବେହେରା)ମୋହନା ଥାନା କେନ୍ଦୁ ଘାଟି ରେ ଓଲଟିଲା ଟ୍ରାଭେଲାର ଗାଡ଼ି, ଜଣେ ମୃତ ୬ ଆହାତ। ଆହାତ ଙ୍କ ମଧ୍ୟରୁ ଦୁଇ ଗୁରୁତର ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ…

    Read more

    Leave a Reply

    Your email address will not be published. Required fields are marked *