କଳାହାଣ୍ଡି:—( ଡମ୍ବରୁଧର ଭୋଇ ) କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ବ୍ଲକ ଅନ୍ତର୍ଗତ ବାଦଲି ଠାରେ କିସ୍ ପରିସରରେ ଶିକ୍ଷାବିତ୍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ ଗ୍ରାମାଞ୍ଚଳ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ (କିମ୍ସ) ପକ୍ଷରୁ ମାଗଣା ମେଗା ସ୍ୱାସ୍ଥ୍ୟମେଳା ଆୟୋଜନ କରାଯାଇଥିଲା । ଏଥିରେ ରୋଗୀମାନଙ୍କୁ ମାଗଣା ଡାକ୍ତରୀ ପରାମର୍ଶ ସହ କିମ୍ସ ପକ୍ଷରୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ଏଥିରେ କିମ୍ସର ବିଭିନ୍ନ ବିଭାଗର ୧୦୦ରୁ ଊର୍ଦ୍ଧ୍ୱ ଡାକ୍ତର ଓ ସ୍ୱାସ୍ଥ୍ୟର୍କମୀ ଯୋଗଦେଇଥିଲେ। ଏଥିରେ ଲୋକମାନଙ୍କୁ ଚିକିତ୍ସା ପରାମର୍ଶ ସହ ବିନାଦେୟରେ ଔଷଧ ବଣ୍ଟନ ଓ ବିଭିନ୍ନ ପ୍ରକାରର ପରୀକ୍ଷା ନିରୀକ୍ଷା ମଧ୍ୟ କରାଯାଇଥିଲା। କଳାହାଣ୍ଡି ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦର୍ବାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟ୍ୟରେ ଭାରପ୍ରାପ୍ତ ସିଡିଏମଓ ନିହରେନ୍ଦ୍ର ପଣ୍ଡା , ଆଇନଜୀବୀ ପ୍ରିୟରଞ୍ଜନ ବହିଦାର, ପ୍ରାଧ୍ୟାପକ ପ୍ରମୋଦ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସକାଳ ୯ଟାଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ଶିବିର ଚାଲିଥିବା ବେଳେ ଏହି ଶିବିରରେ ୪ହଜାରରୁ ଊର୍ଦ୍ଧ୍ୱ ରୋଗୀ ଆସି ଥିଲେ। ରୋଗୀମାନେ ଦୂରଦୂରାନ୍ତରୁ ଆସିଥିବାରୁ ସେମାନଙ୍କ ପାଇଁ ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରାଯାଇଥିଲା ମାଗଣା ଡାକ୍ତରୀ ପରାମର୍ଶ ସହ ମାଗଣା ଔଷଧ ଓ ନିଦାନ ପାଇ ଲୋକମାନେ ବେଶ ଉତ୍ସାହିତ ହୋଇଥିଲେ। ଅଚ୍ୟୁତ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏଭଳି ବିଶାଳ ସ୍ବାସ୍ଥ୍ୟ ଶିବିରକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି।
ହିନ୍ଦୋଳ ଉପଖଣ୍ଡ ସ୍ଥରୀୟ ସାମ୍ବାଦିକ ସଙ୍ଘ ବାର୍ଷିକ ଉଛବ , ମୁଖ୍ୟ ବକ୍ତା ଙ୍କ ଅଭିଭାଷଣ ସାମ୍ବାଦିକହେଉଛନ୍ତି ଦେଶର ଜାଗ୍ରତ ପ୍ରହରି, ସାମ୍ବାଦିକ ବିନା ରାଷ୍ଟ୍ର ଗଠନ ଅସମ୍ଭବ|
ଢେଙ୍କାନାଳ:–(ସୁମନ୍ତ ଦେହୁରୀ)ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ତ ରାସୋଳ ସ୍ଥିତ ଦାମାନି ପ୍ଲାଜା ପରିସର ରେ ଶନିବାର ହିନ୍ଦୋଳ ସାମ୍ବାଦିକ ସଂଘର ବାର୍ଷୋକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ସୁଶାନ୍ତ ପତିଙ୍କ ପୌରହିତ୍ୟରେ ଜାତୀୟ ପ୍ରେସ ଦିବସ ଅବସର ରେ…
Read more