ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ମୋଟାବାଡି ପଞ୍ଚାୟତର ସରପଞ୍ଚ ତଥା ସରପଞ୍ଚ ସଂଘର କୋଷାଧ୍ୟକ୍ଷ ପିଣ୍ଟୁ କୁମାର ସେଠୀଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ ଦାବୀ କଲା ସରପଞ୍ଚ ସଂଘ l ସୂଚନାରୁ ପ୍ରକାଶ ଯେ ଗତ କାଲି ସରପଞ୍ଚ ପିଣ୍ଟୁ ଅପରାହ୍ନ ପ୍ରାୟ ୫ଘଣ୍ଟା ସମୟରେ ମୋଟାବାଡି -ନାଗିରି ରାସ୍ତାର ଝାଞ୍ଜିରୀ ଗାଡ଼ିଆରେ କରୁଥିବା କାମକୁ ଦେଖିବାକୁ ଯାଉଥିବା ବେଳେ ଦୀପକ ରାଉତ ନାମକ ଜଣେ ବ୍ୟକ୍ତି ହଠାତ ସାମ୍ନାକୁ ଆସି ଆକ୍ରମଣ କରିବା ସହ ଗାଳିଗୁଲଜ କରିଥିଲା l ଯାହାରି ଫଳରେ ସରପଞ୍ଚଙ୍କ ସାର୍ଟ ଚିରିଥିବା ସହ ମୁହଁ, ଡାହାଣ ହାତ ଓ ଗୋଡ଼କୁ ଆଘାତ ଲାଗିଥିଲା l ନିକଟସ୍ଥ ବୁଗୁଡ଼ା ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଚିକିତ୍ସା ହୋଇ ଥାନାକୁ ଯାଇ ଅଭିଯୁକ୍ତ ନାମରେ ଲିଖିତ ଅଭିଯୋଗ କରିଥିଲେ କିନ୍ତୁ ପୋଲିସ ୨୪ଘଣ୍ଟା ବିତିଯାଇଥିଲେ ମଧ୍ୟ ଏଯାବତ ଅଭିଯୁକ୍ତକୁ ଗିରଫ ନକରିବା ପ୍ରତିବାଦରେ ସରପଞ୍ଚ ସଂଘର ସଭାପତି ରାଜଲକ୍ଷ୍ମୀ ପ୍ରଧାନ,ଉପସଭାପତି ସୁଶାନ୍ତ ପ୍ରଧାନ, ସମ୍ପାଦକ ସଞ୍ଜୟ ବିଶ୍ୱାଳଙ୍କ ସମେତ ସମସ୍ତ ସରପଞ୍ଚମାନେ ଥାନାକୁ ଯାଇ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ ଦାବୀ କରି ଭଞ୍ଜନଗର ଏସ.ଡ଼ି.ପି.ଓ ଏବଂ ଛତ୍ରପୁର ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ମଧ୍ୟ ଏହି ଦାବୀ ପତ୍ର ପ୍ରେରଣ କରିବା ସହ ତୁରନ୍ତ ଗିରଫ ନକଲେ ସଂଘ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛି l
ହିନ୍ଦୋଳ ଉପଖଣ୍ଡ ସ୍ଥରୀୟ ସାମ୍ବାଦିକ ସଙ୍ଘ ବାର୍ଷିକ ଉଛବ , ମୁଖ୍ୟ ବକ୍ତା ଙ୍କ ଅଭିଭାଷଣ ସାମ୍ବାଦିକହେଉଛନ୍ତି ଦେଶର ଜାଗ୍ରତ ପ୍ରହରି, ସାମ୍ବାଦିକ ବିନା ରାଷ୍ଟ୍ର ଗଠନ ଅସମ୍ଭବ|
ଢେଙ୍କାନାଳ:–(ସୁମନ୍ତ ଦେହୁରୀ)ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ତ ରାସୋଳ ସ୍ଥିତ ଦାମାନି ପ୍ଲାଜା ପରିସର ରେ ଶନିବାର ହିନ୍ଦୋଳ ସାମ୍ବାଦିକ ସଂଘର ବାର୍ଷୋକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ସୁଶାନ୍ତ ପତିଙ୍କ ପୌରହିତ୍ୟରେ ଜାତୀୟ ପ୍ରେସ ଦିବସ ଅବସର ରେ…
Read more