ଭକ୍ତିମୟ ପରିବେଶ ରୁ ଆରମ୍ଭ ହେଲା ଚେଳିତୋଳ ବାଲିଯାତ୍ରାର ପ୍ରଥମ ସନ୍ଧ୍ୟା |

ତିର୍ତ୍ତୋଲ(ମାନସ କୁମାର ସୂତାର):- ତିର୍ତ୍ତୋଲ ଅଞ୍ଚଳର ଗଣପର୍ବ ର ଆଖ୍ୟା ପାଇଥିବା ଚେଳିତୋଳ ବାଲିଯାତ୍ରା ର ପ୍ରଥମ ସନ୍ଧ୍ୟା ଚଳିତବର୍ଷ ଭକ୍ତିମୟ ପରିବେଶ ସହିତ ଓଡ଼ିଆ ଅସ୍ମିତା କୁ ବଜାୟ ରଖି ଆରମ୍ଭ ହୋଇଛି | ବିଶ୍ଵପ୍ରେମୀ ପଦ୍ମଶ୍ରୀ ବାବା ବଳିଆ ଏବଂ ସମାଜ ସଂସ୍କାରକ ବାବା ସଦାନନ୍ଦ ମହାରାଜ ଙ୍କ ଦ୍ୱାରା ବିଧାୟକଙ୍କ ବାଲିଯାତ୍ରା ପଡିଆର ପ୍ରବେଶପଥରେ ସନାତନ ସଂସ୍କୃତିର ପ୍ରାଣବିନ୍ଦୁ ଭାଗବତ ଟୁଙ୍ଗି ଉଦଘାଟନ କରାଯାଇଥିଲା | ରାମାୟଣୀ ପଣ୍ଡିତ ଅଭୟ ଦାଶ(ବୁଲୁ ନନା) ଏହି ଭାଗବତ ପରାୟଣ କୁ ଦୀର୍ଘ ସାତ ଦିନ ଧରି ସଞ୍ଚାଳନ କରିବେ |
ପ୍ରାତଃ ସମୟରେ ମାନ୍ୟବର ବିଧାୟକ ଡ଼. ଭୋଇ ପୂଜାର୍ଚ୍ଚନା କରି ବିରାଟ ପଟୁଆର ରେ ଆସି ବୋଇତ ବନ୍ଦାଣ କରିଥିଲେ | ଓଡ଼ିଆ ସଂସ୍କୃତି ଅନୁଯାଇ ସାତ ସାଧବପୁଅ ଙ୍କୁ ସାତ ଜଣ ସାଧବାଣି ବନ୍ଦାପନା କରିବା କଥା କିନ୍ତୁ ପୂର୍ବରୁ ଏହା କାର୍ଯ୍ୟକାରୀ ହେଉ ନଥିଲା, ଯାହା ଆମ ପରମ୍ପରା ବିରୋଧୀ | ଏହାକୁ ବିଧାୟକ ଡ଼. ଭୋଇ ନାପସନ୍ଦ କରିବା ସହିତ ବାଲିଯାତ୍ରା କମିଟି କୁ ନିର୍ଦେଶ ଦେଇଥିଲେ ସାତ ସାଧବପୁଅ ଙ୍କ ସହିତ ସାତ ଜଣ ସାଧବାଣୀ ଙ୍କୁ ନେଇ ବୋଇତ ବନ୍ଦାଣ କରାଇଥିଲେ | ପରେ ପରେ ବାଲିଯାତ୍ରା ପଡିଆ କୁ ବିଧାୟକଙ୍କ ସହିତ ସମାଜ ସଂସ୍କାରକ ବାବା ସଦାନନ୍ଦ ମହାରାଜ ଉଦଘାଟନ କରିଥିଲେ |
ଚେଳିତୋଳ ବାଲିଯାତ୍ରାର ପ୍ରଥମ ସନ୍ଧ୍ୟାକୁ ଆଧ୍ୟାତ୍ମିକମୟ ପରିବେଶ ରେ ଉଦଘାଟନ କରିଥିଲେ ପଦ୍ମଶ୍ରୀ ବାବା ବଳିଆ | ତିର୍ତ୍ତୋଲ ବିଧାୟକ ଡ଼. ରମାକାନ୍ତ ଭୋଇ ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ, ମୁଖ୍ୟ ଅତିଥିଭାବେ ପଦ୍ମଶ୍ରୀ ବାବା ବଳିଆ, ମୁଖ୍ୟବକ୍ତା ଭାବେ ଏରସମା-ବାଲିକୁଦା ବିଧାୟକ ସାରଦା ପ୍ରସନ୍ନ ଜେନା, ଚେଳିତୋଳ ବାଲିଯାତ୍ରା କମିଟିର ସମ୍ପାଦକ ତିର୍ତ୍ତୋଲ ଅତିରିକ୍ତ ତହସିଲଦାର କଳ୍ପନା ତପସ୍ୱିନୀ ନାୟକ,ତିର୍ତ୍ତୋଲ ବ୍ଲକ ଅଧକ୍ଷ ମନୋଜ କୁମାର ବେହେରା, ଅବସରପ୍ରାପ୍ତ ସେନା ଅଧିକାରୀ ଜଗନ୍ନାଥ ପ୍ରସାଦ ଦାଶ, ବରିଷ୍ଠ ବ୍ୟାଙ୍କ ଅଧିକାରୀ କିଶୋର କୁମାର ମୁଦୁଲି, ତିର୍ତ୍ତୋଲ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର, ସମିତିସଭ୍ୟ ପ୍ରବୀର କୁମାର ରାୟ, ମାତୃ ଆଶ୍ରିତ ତଥା ସମାଜ ସଂସ୍କାରକ ବାବା ସଦାନନ୍ଦ ମହାରାଜ, ଅମର ଜ୍ୟୋତି ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ | ମୁଖ୍ୟ ଅତିଥି ପଦ୍ମଶ୍ରୀ ବାବା ବଳିଆ ଏବଂ ମୁଖ୍ୟ ବକ୍ତା ଶ୍ରୀ ସାରଦା ପ୍ରସନ୍ନ ଜେନା ଓଡ଼ିଶା ର ଐତିହ୍ୟ ଓ ପରମ୍ପରା ବିଷୟରେ ବହୁ ମୂଲ୍ୟବାନ ତଥ୍ୟ ପ୍ରଦାନ କରିଥିଲେ | ସମାଜ ସଂସ୍କାରକ ବାବା ସଦାନନ୍ଦ ମହାରାଜ ସଭାରେ ଜଗନ୍ନାଥ ଜଣାଣ ଗାନ ସହିତ ଘୋଡା ନାଚ ସମୟରେ “ହେ ବନଗିରି” ଗୀତ ଗାନ କରି ଏହି ଭକ୍ତିମୟ ସଭାକୁ ଭକ୍ତିଅର୍ଘ୍ୟ ପ୍ରଦାନ କରିଥିଲେ | ବାଲିଯାତ୍ରା କମିଟିର ସଭାପତି ତଥା ବିଧାୟକ ଡ଼. ଭୋଇ ନିଜ ବକ୍ତବ୍ୟରେ “ଏ ବାଲିଯାତ୍ରା ଆମର ଏହାକୁ ସରସ ସୁନ୍ଦର କରିବା ଦାୟିତ୍ୱ ଆମର” ବୋଲି ସ୍ଲୋଗାନ ଦେଇଥିଲେ | ତିର୍ତ୍ତୋଲ ଅଞ୍ଚଳର ଝିଅ ଜ୍ୟୋତିର୍ମୟୀ ଆଚାର୍ଯ୍ୟ ଙ୍କୁ ଓଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ କରିଥିବା ଯୋଗୁଁ ସମ୍ମାନିତ କରାଯାଇଥିଲା | ଶିକ୍ଷାବିତ ଶ୍ରୀ ଦେବେନ୍ଦ୍ର କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ | ସଭା ପରେ ପରେ ଦର୍ଶକ ମାନଙ୍କ ପାଇଁ ଘୋଡା ନାଚ, ପାଲା ପରିବେଷଣ, ଓଡିଶୀ ନୃତ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଆଗାମୀ ଦିନରେ ଓଡ଼ିଆ ଅସ୍ମିତା ତଥା ଆମ ଓଡ଼ିଶାର ଲୋକକଳା କୁ ଏହି ବାଲିଯାତ୍ରାରେ ପ୍ରାଧାନ୍ୟ ଦିଆଯିବ ବୋଲି ଘୋଷଣା କରିଥିଲେ ବିଧାୟକ ଶ୍ରୀ ଭୋଇ |

  • Related Posts

    ହିନ୍ଦୋଳ ଉପଖଣ୍ଡ ସ୍ଥରୀୟ ସାମ୍ବାଦିକ ସଙ୍ଘ ବାର୍ଷିକ ଉଛବ , ମୁଖ୍ୟ ବକ୍ତା ଙ୍କ ଅଭିଭାଷଣ ସାମ୍ବାଦିକହେଉଛନ୍ତି ଦେଶର ଜାଗ୍ରତ ପ୍ରହରି, ସାମ୍ବାଦିକ ବିନା ରାଷ୍ଟ୍ର ଗଠନ ଅସମ୍ଭବ|

    ଢେଙ୍କାନାଳ:–(ସୁମନ୍ତ ଦେହୁରୀ)ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ତ ରାସୋଳ ସ୍ଥିତ ଦାମାନି ପ୍ଲାଜା ପରିସର ରେ ଶନିବାର  ହିନ୍ଦୋଳ ସାମ୍ବାଦିକ ସଂଘର ବାର୍ଷୋକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ସୁଶାନ୍ତ ପତିଙ୍କ ପୌରହିତ୍ୟରେ ଜାତୀୟ ପ୍ରେସ ଦିବସ ଅବସର ରେ…

    Read more

    କେନ୍ଦୁ ଘାଟି ରେ ଗାଡି ଓଲଟି ଜଣେ ମୃତ ଦୁଇ ଗୁରୁତର |

    ମୋହନା -( ଜିତେନ୍ଦ୍ର କୁମାର ବେହେରା)ମୋହନା ଥାନା କେନ୍ଦୁ ଘାଟି ରେ ଓଲଟିଲା ଟ୍ରାଭେଲାର ଗାଡ଼ି, ଜଣେ ମୃତ ୬ ଆହାତ। ଆହାତ ଙ୍କ ମଧ୍ୟରୁ ଦୁଇ ଗୁରୁତର ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ…

    Read more

    Leave a Reply

    Your email address will not be published. Required fields are marked *