ହିନ୍ଦୋଳ:–( ସନାତନ ନାଥ ) ଆଜି ତା ୧୫/୧୧/୨୦୨୪ କାର୍ତ୍ତିକ ମାସ ପୂର୍ଣ୍ଣିମା ଅବସରରେ ପ୍ରତି ଗ୍ରାମ ରେ ତଥା ଦେବାଳୟରେ ଭକ୍ତ ମାନଙ୍କ ଦ୍ବାରା ହରି ନାମ ସଙ୍କୀର୍ତ୍ତନ ମହାଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି। ଝିଅ ବୋହୂ ମାନେ ଜଳ ଉତ୍ସ ମାନଙ୍କରେ ଧର୍ମ ଡଙ୍ଗା ଭସାଇବା ର ପରମ୍ପରା କୁ ଆଜି ଯାଏ ବଜାୟ ରଖିଛନ୍ତି। ପଞ୍ଚୁକ ପାଞ୍ଚ ଦିନ ସଙ୍କୀର୍ତ୍ତନ ମଣ୍ଡଳୀ ମାନେ ସକାଳ ଓ ସନ୍ଧ୍ୟା ରେ ହରିନାମ କରିଥାନ୍ତି। ଅଧିକାଂଶ ଗ୍ରାମରେ ରାଧାକୃଷ୍ଣ ଙ୍କ ଯୁଗଳ ମୂର୍ତ୍ତି କୁ ପୂଜାର୍ଚ୍ଚନା କରି ରାସ ବହି ପାଠ କରିଥାନ୍ତି ଏଵଂ ଛୋଟ ଛୋଟ ବାଳକ ବାଳିକା ଙ୍କୁ ରାଧାକୃଷ୍ଣ ବେଶ ରେ ସଜାଇ ଗ୍ରାମ ପରିକ୍ରମା କରି ଆନନ୍ଦ ଉପଭୋଗ କରନ୍ତି।ଧର୍ମ ମାସ ରେ ଲୋକମାନେ ନିଜର ବ୍ୟସ୍ତମୟ ଜୀବନ ରୁ ସମୟ ବାହାର କରି ଭଗବାନଙ୍କ ନିକଟରେ ନିଜକୁ ସମର୍ପଣ କରିଦିଅନ୍ତି। ଏହି ପଂଚୁକ ଭିତରେ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ହରିହାଟ କରି ସମସ୍ତ ଙ୍କୁ ପ୍ରସାଦ ସେବନ କରିବାର ସୁଯୋଗ ମିଳିଥାଏ। କୁମୂର୍ଶିଂହl ଗ୍ରାମରେ ଛୋଟା ଗୋସ୍ୱାଇଁ ମନ୍ଦିର ପ୍ରାଙ୍ଗଣରେ ଭକ୍ତଙ୍କର ଭିଡ଼ l ସ୍ତ୍ରୀ ଲୋକ ମାନଙ୍କର ଆକାଶ ଦୀପ ର ନିଆରା ପରମ୍ପରା ବର୍ତ୍ତମାନ ସୁଦ୍ଧା ରହି ଆସୁଅଛି l
ହିନ୍ଦୋଳ ଉପଖଣ୍ଡ ସ୍ଥରୀୟ ସାମ୍ବାଦିକ ସଙ୍ଘ ବାର୍ଷିକ ଉଛବ , ମୁଖ୍ୟ ବକ୍ତା ଙ୍କ ଅଭିଭାଷଣ ସାମ୍ବାଦିକହେଉଛନ୍ତି ଦେଶର ଜାଗ୍ରତ ପ୍ରହରି, ସାମ୍ବାଦିକ ବିନା ରାଷ୍ଟ୍ର ଗଠନ ଅସମ୍ଭବ|
ଢେଙ୍କାନାଳ:–(ସୁମନ୍ତ ଦେହୁରୀ)ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ତ ରାସୋଳ ସ୍ଥିତ ଦାମାନି ପ୍ଲାଜା ପରିସର ରେ ଶନିବାର ହିନ୍ଦୋଳ ସାମ୍ବାଦିକ ସଂଘର ବାର୍ଷୋକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ସୁଶାନ୍ତ ପତିଙ୍କ ପୌରହିତ୍ୟରେ ଜାତୀୟ ପ୍ରେସ ଦିବସ ଅବସର ରେ…
Read more