ରାୟଗଡ଼ା:–(ଅକ୍ଷୟ ମହାନନ୍ଦିଆ)ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଅଛି । ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହ ଠାରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ, ଜଳଛାୟା ମିଶନ ପ୍ରକଳ୍ପ ନିର୍ଦ୍ଦେଶକ ଡ଼ଃ. ଦୟାନିଧି ବାଗ, ରାୟଗଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟ ଅଧ୍ଯକ୍ଷା ଡ଼.ବବିଲତା ସରାଫ, ବକ୍ତା ଭାବେ କୋରାପୁଟ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ପ୍ରାଧ୍ୟାପକ ପ୍ରଦୋଷ କୁମାର ରଥ, ରାୟଗଡ଼ା ବରିଷ୍ଠ ନାଗରିକ କଲ୍ୟାଣ ସଂଘ ସଭାପତି ବିନୋଦ ଚନ୍ଦ୍ର ପଣ୍ଡା ଯୋଗଦେଇଥିଲ । ସେହିପରି ଉତ୍କଳ ଆଲୁମିନା କାରଖାନା ଲୋକସମ୍ପର୍କ ଅଧିକାରୀ ପୀତାମ୍ବର ବେହେରା, ଜେକେ ପେପର ମିଲ୍ ଲୋକସମ୍ପର୍କ ଅଧିକାରୀ ମିଲନ କୁମାର ଲେଙ୍କା ଯୋଗ ଦେଇଥିଲେ । ଅତିଥିମାନେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଚଳିତ ବର୍ଷର ‘ପରିବର୍ତ୍ତନଶୀଳ ଗଣମାଧ୍ୟମ’ ଶୀର୍ଷକ ବିଷୟ ବସ୍ତୁ ଉପରେ ଅତିଥିମାନେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ରାୟଗଡା ଭଳି ଆଦିବାସୀ ଅଧୁଷିତ ଜିଲ୍ଲାରେ କାର୍ଯ୍ୟରତ ଖବର ଦାତା ମାନେ ନିର୍ଭିକ, ନିରପେକ୍ଷ, ସତ୍ୟ, ଗଠନମୂଳକ, ସମସ୍ୟା ଭରିକ ଖବର ପରିବେଷଣ କରୁଥିବାରୁ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ଠାରେ ସେଗୁଡିକ ପହଞ୍ଚି ଅନେକ ସମସ୍ୟାର ସମାଧାନ ହେଉଛି ବୋଲି କହିଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ସମସ୍ତ ଗଣମାଧ୍ୟମ ସାମ୍ୱାଦିକ ମାନେ ଯୋଗ ଦେଇଥିବା ବେଳେ ସମସ୍ତ ସାମ୍ବାଦିକ ମାନଙ୍କୁ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା ।
ହିନ୍ଦୋଳ ଉପଖଣ୍ଡ ସ୍ଥରୀୟ ସାମ୍ବାଦିକ ସଙ୍ଘ ବାର୍ଷିକ ଉଛବ , ମୁଖ୍ୟ ବକ୍ତା ଙ୍କ ଅଭିଭାଷଣ ସାମ୍ବାଦିକହେଉଛନ୍ତି ଦେଶର ଜାଗ୍ରତ ପ୍ରହରି, ସାମ୍ବାଦିକ ବିନା ରାଷ୍ଟ୍ର ଗଠନ ଅସମ୍ଭବ|
ଢେଙ୍କାନାଳ:–(ସୁମନ୍ତ ଦେହୁରୀ)ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ତ ରାସୋଳ ସ୍ଥିତ ଦାମାନି ପ୍ଲାଜା ପରିସର ରେ ଶନିବାର ହିନ୍ଦୋଳ ସାମ୍ବାଦିକ ସଂଘର ବାର୍ଷୋକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ସୁଶାନ୍ତ ପତିଙ୍କ ପୌରହିତ୍ୟରେ ଜାତୀୟ ପ୍ରେସ ଦିବସ ଅବସର ରେ…
Read more