ଢେଙ୍କାନାଳ:–(ସୁମନ୍ତ ଦେହୁରୀ)ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ତ ରାସୋଳ ସ୍ଥିତ ଦାମାନି ପ୍ଲାଜା ପରିସର ରେ ଶନିବାର ହିନ୍ଦୋଳ ସାମ୍ବାଦିକ ସଂଘର ବାର୍ଷୋକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ସୁଶାନ୍ତ ପତିଙ୍କ ପୌରହିତ୍ୟରେ ଜାତୀୟ ପ୍ରେସ ଦିବସ ଅବସର ରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ମୂଖ୍ୟ ଅତିଥି , ମୁଖ୍ୟବକ୍ତା ଭାବେ ପ୍ରଫେସର ରବିନାରାଣ ପଣ୍ତା ଏବଂ ସମ୍ମାନିତ ଅତିଥିଭାବେ , ସଂଘର ପ୍ରତିଷ୍ଟାତା ସଦସ୍ୟ ମହେଶ୍ୱର ପଟନାୟକ , ପୂର୍ବତନ ବିଧାୟକ ମହେଶ୍ୱର ନାଏକ , ଶିକ୍ଷାବିତ୍ ରମେଶ ଚନ୍ଦ୍ର ସାହୁ , ସମାଜସେବୀ ଶ୍ରୀନିବାସ ମିଶ୍ର ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜୋଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ସମୟରେ ଗଣତାନ୍ତ୍ରିକ ରାଷ୍ଟ୍ରରେ ସାମ୍ବାଦିକ ମାନଙ୍କର ମହତ୍ୱପୂର୍ଣ୍ଣ ଭୁମିକା ଜନକଲ୍ୟାଣକାରୀ ହେବା ସହ ରାଷ୍ଟ୍ର ଗଠନରେ ଯୁବପିଢିଙ୍କୁ ପ୍ରେରଣା ଯୋଗାଇପାରୁଛି , ସାମ୍ବାଦିକ ହେଉଛନ୍ତି ଦେଶର ଜାଗ୍ରତ ପ୍ରହରି ରାଷ୍ଟ୍ର ଗଠନ ରେ ସାମ୍ବାଦିକ ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ବୋଲି ମୁଖ୍ୟ ବକ୍ତା ଡାକ୍ତର ରବିନାରାୟଣ ପଣ୍ଡା ଅଭିଭାଷଣ ପ୍ରଦାନ କରିଥିଲେ, , । ଏହି ଅବସର ରେ ମାନବସେବା ସହ ସାହିତ୍ୟ ଓ ପାଲାଜଗତ କୁ ବଞ୍ଚେଇବାକୁ ଉଦ୍ୟମ କରି ସାରା ରାଜ୍ୟରେ ବହୁ ସ୍ଥାନରେ ସମ୍ମାନିତ ହୋଇ ହିନ୍ଦୋଳକୁ ଗର୍ବିତ କରିଥିବା ଡାକ୍ତର ରବିବାରାୟଣ ପଣ୍ତାଙ୍କୁ ହିନ୍ଦୋଳ ଗର୍ବ ଗୌରବ ସମ୍ମାନରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିବା ସମୟରେ ହିନ୍ଦୋଳ ଉପଖଣ୍ତରେ ସମାଜସେବା ଜାରିରଖିଥିବା ଗଣେଶ୍ୱର କ୍ଲବ , ଛୋଟ ଏକ ପ୍ରୟାସ ସ୍ୱେଛାସେବୀ ଅନୁଷ୍ଟାନ , ସଂଘର ପ୍ରଏବଂ ଉପଖଣ୍ତର ବିଭିନ୍ନ ସ୍ଥାନରୁ ଅମର ସହିଦ୍ ଜବାନଙ୍କ ଉଦେଶ୍ୟରେ ସେମାନଙ୍କ ପରିବାର ବର୍ଗଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଛି । ସଂପାଦକ ପ୍ରଦ୍ୟୁମ୍ନ ବେହେରା ଅତିଥି ପରିଚୟ ପ୍ରଦାନ ରହିଥିବା ସମୟରେ ସାମ୍ବାଦିକ ବିଶେଶ୍ୱର ସେଠି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ଦେଖିବାକୁ ମିଳିଥିଲା,।
କେନ୍ଦୁ ଘାଟି ରେ ଗାଡି ଓଲଟି ଜଣେ ମୃତ ଦୁଇ ଗୁରୁତର |
ମୋହନା -( ଜିତେନ୍ଦ୍ର କୁମାର ବେହେରା)ମୋହନା ଥାନା କେନ୍ଦୁ ଘାଟି ରେ ଓଲଟିଲା ଟ୍ରାଭେଲାର ଗାଡ଼ି, ଜଣେ ମୃତ ୬ ଆହାତ। ଆହାତ ଙ୍କ ମଧ୍ୟରୁ ଦୁଇ ଗୁରୁତର ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ…
Read more