ବ୍ଲକ୍  ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ ୨୦୨୪ ପାଳିତ |




  କଳାହାଣ୍ଡି :- (ଡମ୍ବରୁଧର ଭୋଇ )  କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସର୍ବମଙ୍ଗଳା ମହାବିଦ୍ୟାଲୟ ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ନେତୃତ୍ବରେ  ଆଜି ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ ୨୦୨୪ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀମାନ ବିନ୍ଦୁ ମହାନନ୍ଦ ,ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ତହସିଲଦାର ଚନ୍ଦନ  କୁମାର ନାୟକ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଧର ପଣ୍ଡା ,ବରିଷ୍ଠ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଲୀନା ଦାସ ,ବି ଆର ସି ସି ଲବଣୀ ନାଏକ ,ମୁଖ୍ୟ ବକ୍ତା ସର୍ବ ମଙ୍ଗଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀମାନ ଜୟନ୍ତ କୁମାର ଜେନା ,ସର୍ବ ମଙ୍ଗଳା ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ନବୀନ ମେହେର ,ଏହି କାର୍ଯ୍ୟ କ୍ରମରେ ଯୋଗ ଦେଇ ମଞ୍ଚାଶିନ ହୋଇଥିଲେ ।ବ୍ଲକ୍  ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ କାର୍ଯ୍ୟ କ୍ରମରେ ୧୫ ଟି କ୍ଳଷ୍ଟର ରୁ ଆସିଥିବା ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ । ବକୃତା , ପ୍ରବନ୍ଧ, କୁଇଜ,ସଙ୍ଗୀତ, ସୃଜନଶୀଳ ,ଲିଖନ ଚିତ୍ରାଙ୍କନ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମଞ୍ଚ ପରିଚାଳନା କରିଥିଲେ ଗିଣ୍ଡୋଳ ସି ଆର ସି ସି ଗଜିନ୍ଦ୍ର ନାଏକ । ଏହି କାର୍ଯ୍ୟ କ୍ରମ ର ମୂଲ ଉଦ୍ଦେଶ୍ୟ ହେଲା ଛାତ୍ର ଛାତ୍ରୀ ଙ୍କ ନିଜ ଭିତରେ ଲୁଚି ରହିଥିବା କଳା ସଂସ୍କୃତି କୁ ପରିଦର୍ଶନ କରିବା ଏକ ମଞ୍ଚ । କ୍ଲଷ୍ଟରୀୟ କାର୍ଯ୍ୟ କ୍ରମରେ  ଛାତ୍ର ଛାତ୍ରୀ  ଯେଉ ମାନେ ଅଗ୍ରାଧିକାର ଗ୍ରହଣ କରିଥିଲେ ସେମାନେ ଆଜି  ବ୍ଲକ ସ୍ତରୀୟ କାର୍ଯ୍ୟ କ୍ରମରେ ଯୋଗ ଦେଇଛନ୍ତି । ୧୫ ଟି କ୍ଲଷ୍ଟରିୟ ରୁ  ଆସିଥିଲେ ଛାତ୍ର ଛାତ୍ରୀ । ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଜ ଅଭିଭାଷଣ ରେ  କହିଛନ୍ତି  ଏହି କାର୍ଯ୍ୟ କ୍ରମ ହେଉଛି ଛାତ୍ର ଛାତ୍ରୀ ଙ୍କ ନିଜର ଲୁଚିଥିବା କଳା ସଂସ୍କୃତ କୁ କେମତି ପରିଦର୍ଶନ କରି ଆଗକୁ ଯେମିତି ବ୍ଲକ ରୁ ଜିଲ୍ଲା ,ଜିଲ୍ଲା ରୁ ରାଜ୍ୟ ,ରାଜ୍ୟ ରୁ ଦେଶ ସ୍ତରୀୟ ଯାଇ  ପୁରସ୍କୃତ ହେବେ ତାହା ଏହି ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ ର ମୁଲ ଲକ୍ଷ୍ୟ । ଏଥିରେ  କାର୍ଯ୍ୟକ୍ରମରେ ଜର୍ଜ ରୂପେ ନିୟୋଜିତ ଥିଲେ ଦୟା ବିହାରୀ ,ମୁରଲୀ ଧର ଅଘ୍ରିଆ ,ସ୍ବରାଜ ବାଗ  ବିଶେଷ ସହଯୋଗ କରିଥିଲେ ପଟିଆଚୁରା ସି ଆର ସି ସି ରିଖିରାମ ନାଏକ ,କାର୍ଯ୍ୟକ୍ରମ ତଦାରଖ କରିଥିଲେ  ଗୋଲାମୁଣ୍ଡା ନୋଡାଲ ସି ଆର ସି ସି ଥବିର ମାଝୀ,  ଏହି କାର୍ଯ୍ୟ କ୍ରମରେ ଯେଉ ଛାତ୍ର ଛାତ୍ରୀ ମାନେ ଅଗ୍ରାଧିକାର କରିଥିଲେ ସେମାନଙ୍କୁ ସମ୍ମାନିତ ଅତିଥି ଓ ମୁଖ୍ୟ ଅତିଥି ମାନଙ୍କୁ ଠାରୁ ପୁରସ୍କାର ଦେଇଥିବା ଦେଖିବାକୁ ମିଳିଥିଲା ।ଶେଷ ରେ  କରଙ୍ଗା ମୁଣ୍ଡା ର ସି ଆର ସି ସି ବିରୁପାକ୍ଷ ଦୀପ  ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମ କୁ ଶେଷ କରିଥିଲେ ।


  • Related Posts

    ହିନ୍ଦୋଳ ଉପଖଣ୍ଡ ସ୍ଥରୀୟ ସାମ୍ବାଦିକ ସଙ୍ଘ ବାର୍ଷିକ ଉଛବ , ମୁଖ୍ୟ ବକ୍ତା ଙ୍କ ଅଭିଭାଷଣ ସାମ୍ବାଦିକହେଉଛନ୍ତି ଦେଶର ଜାଗ୍ରତ ପ୍ରହରି, ସାମ୍ବାଦିକ ବିନା ରାଷ୍ଟ୍ର ଗଠନ ଅସମ୍ଭବ|

    ଢେଙ୍କାନାଳ:–(ସୁମନ୍ତ ଦେହୁରୀ)ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ତ ରାସୋଳ ସ୍ଥିତ ଦାମାନି ପ୍ଲାଜା ପରିସର ରେ ଶନିବାର  ହିନ୍ଦୋଳ ସାମ୍ବାଦିକ ସଂଘର ବାର୍ଷୋକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ସୁଶାନ୍ତ ପତିଙ୍କ ପୌରହିତ୍ୟରେ ଜାତୀୟ ପ୍ରେସ ଦିବସ ଅବସର ରେ…

    Read more

    କେନ୍ଦୁ ଘାଟି ରେ ଗାଡି ଓଲଟି ଜଣେ ମୃତ ଦୁଇ ଗୁରୁତର |

    ମୋହନା -( ଜିତେନ୍ଦ୍ର କୁମାର ବେହେରା)ମୋହନା ଥାନା କେନ୍ଦୁ ଘାଟି ରେ ଓଲଟିଲା ଟ୍ରାଭେଲାର ଗାଡ଼ି, ଜଣେ ମୃତ ୬ ଆହାତ। ଆହାତ ଙ୍କ ମଧ୍ୟରୁ ଦୁଇ ଗୁରୁତର ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ…

    Read more

    Leave a Reply

    Your email address will not be published. Required fields are marked *