ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ|


ବରଗଡ଼/ ପଦ୍ମପୁର :- (ଫକୀର ରଣା).ବରଗଡ଼ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ଦହିଗାଁ ଗ୍ରାମ ପଞ୍ଚାୟତ ର ବ୍ରାହ୍ମଣ ଡିହ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ରାଜେନ୍ଦ୍ର ମହାନ୍ତି ଅବସର ଗ୍ରହଣ କରିଛନ୍ତି । ସେ ଭଲ ପାଠ ପଢା ପ୍ରତି ଅତ୍ୟନ୍ତ ଗୁରୁତ୍ବ ଦେଉଥିବା ବେଳେ ଜଣେ ଛାତ୍ର ପ୍ରିୟ ଶିକ୍ଷକ ଥିଲେ। ପୂର୍ବରୁ ସେ କପଶିଲା ପ୍ରାଥମିକ ବିଦ୍ୟାଳୟ, ପଦ୍ମପୁର ଏଲ ବି ଏସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦହିଗାଁ ପ୍ରାଥମିକ ବିଦ୍ୟାଳୟ ଆଦି ଠାରେ ଶିକ୍ଷକତା କରି ତାଙ୍କ କର୍ତ୍ତବ୍ୟ ନିଷ୍ଠା ଏବଂ ଛାତ୍ର ବାତ୍ସଲତା ର ପରିଚୟ ଦେଇଛନ୍ତି । ତାଙ୍କ ଚେଷ୍ଟା ଏବଂ କର୍ତ୍ତବ୍ୟ ପରାୟଣତା ଯୋଗୁଁ ଉକ୍ତ ବିଦ୍ୟାଳୟ ମାନଙ୍କ ସହ ବ୍ରାହ୍ମଣ ଡିହ ପ୍ରାଥମିକ ବିଦ୍ୟାଳୟ ର ଅନେକ ଉନ୍ନତି ମୂଳକ କାମ କରି ସୁନାମ ଅର୍ଜନ କରିଛନ୍ତି । ଏଥି ପାଇଁ ତାଙ୍କ ଅବସର ସକାଶେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏଥିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗୁରୁବାରୁ ମିରି, ସହକାରୀ ଶିକ୍ଷକ ଘନଶ୍ୟାମ ସାହୁ, ସ୍କୁଲ ଅଧ୍ୟକ୍ଷ ତୁଳସୀ ପ୍ରସାଦ ପାତ୍ର, କମିଟି ସଭ୍ୟ ସଭ୍ୟା ସହ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । ସଭା ପରେ ଶିକ୍ଷକ ଙ୍କୁ ଫୁଲମାଳ ପିନ୍ଧାଇ ଉପଢୌକନ ଦେଇ ବାଜା ବଜାଇ ଗ୍ରାମ ପରିକ୍ରମା କରା ଯାଇଥିଲା । ମହାନ୍ତି ଙ୍କ ବିଦାୟ ସମୟରେ ସମସ୍ତ ଛାତ୍ର ଛାତ୍ରୀ, ଅଭିଭାବକ ଙ୍କ ସହ ଶିକ୍ଷକ ନିଜେ ଭାବ ବିହ୍ବଳ ହୋଇ କାନ୍ଦି ପକାଇଥିଲେ ।


  • Related Posts

    ହିନ୍ଦୋଳ ଉପଖଣ୍ଡ ସ୍ଥରୀୟ ସାମ୍ବାଦିକ ସଙ୍ଘ ବାର୍ଷିକ ଉଛବ , ମୁଖ୍ୟ ବକ୍ତା ଙ୍କ ଅଭିଭାଷଣ ସାମ୍ବାଦିକହେଉଛନ୍ତି ଦେଶର ଜାଗ୍ରତ ପ୍ରହରି, ସାମ୍ବାଦିକ ବିନା ରାଷ୍ଟ୍ର ଗଠନ ଅସମ୍ଭବ|

    ଢେଙ୍କାନାଳ:–(ସୁମନ୍ତ ଦେହୁରୀ)ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ତ ରାସୋଳ ସ୍ଥିତ ଦାମାନି ପ୍ଲାଜା ପରିସର ରେ ଶନିବାର  ହିନ୍ଦୋଳ ସାମ୍ବାଦିକ ସଂଘର ବାର୍ଷୋକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ସୁଶାନ୍ତ ପତିଙ୍କ ପୌରହିତ୍ୟରେ ଜାତୀୟ ପ୍ରେସ ଦିବସ ଅବସର ରେ…

    Read more

    କେନ୍ଦୁ ଘାଟି ରେ ଗାଡି ଓଲଟି ଜଣେ ମୃତ ଦୁଇ ଗୁରୁତର |

    ମୋହନା -( ଜିତେନ୍ଦ୍ର କୁମାର ବେହେରା)ମୋହନା ଥାନା କେନ୍ଦୁ ଘାଟି ରେ ଓଲଟିଲା ଟ୍ରାଭେଲାର ଗାଡ଼ି, ଜଣେ ମୃତ ୬ ଆହାତ। ଆହାତ ଙ୍କ ମଧ୍ୟରୁ ଦୁଇ ଗୁରୁତର ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ…

    Read more

    Leave a Reply

    Your email address will not be published. Required fields are marked *