ବରଗଡ଼/ ଗାଇସିଲେଟ :– (ଫକୀର ରଣା). ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ଠାରେ ଵିଶା ଶହେ କୁଳ କୁଳତା ସମାଜ ର ବ୍ଲକ ସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ର ବିଧାୟକ ତଥା ଓଡ଼ିଶା ସରକାର ଙ୍କ ଉପ ମୁଖ୍ୟ ସଚେତକ ସରୋଜ କୁମାର ସାହୁ, ବିଜେପୁର ବିଧାୟକ ସନତ କୁମାର ଗଡତିଆ , ନିମନ୍ତ୍ରିତ ଅତିଥି ଭାବେ ବରଗଡ଼ କୁଲତା ସମାଜ ର ଜିଲ୍ଲା ଉପ ସଭାପତି ଯୋଗେନ୍ଦ୍ର ଭୋଇ, ପଦ୍ମପୁର ମହିଳା ମହା ବିଦ୍ୟାଳୟ ର ଅଧ୍ୟକ୍ଷା ମମତା ସାହୁ, ମୁଖ୍ୟ ବକ୍ତା ଭାବେ ଟିକେ ଚନ୍ଦ୍ର ଦୁଆନ୍, ଗାଇସିଲେଟ ବ୍ଲକ ସଭାପତି ଗୋବର୍ଦ୍ଧନ ଗଡତିଆ, କୁଲତା ସମାଜ ର ବରିଷ୍ଠ କର୍ମକର୍ତ୍ତା କଂଗ୍ରେସ ସାହୁ, ବସନ୍ତ ସାହୁ, ନାରାୟଣ ସାହୁ, ପ୍ରଣୟ ସାହୁ, ଭୁବନ୍ଦେ ସାହୁ, ସରୋଜ ସାହୁ, ନରହରି ନାଏକ, ଆଦି ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମ ରେ କଂଗ୍ରେସ ସାହୁ ସମାବେଶ ର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ହେମନ୍ତ ବାରିକ ଅତିଥି ପରିଚୟ କରାଇବା ସହ ଦ୍ୱାଦଶ ପ୍ରଧାନ ସଭା ପରିଚାଳନା କରିଥିଲେ । ଏଥିରେ ଗାଇସିଲେଟ ବ୍ଲକ କୂଳ ତା ସମାଜ କୁ ମଜବୁତ୍ କରିବା ସହ ସମାଜ ର ସାମୁହିକ କାର୍ଯ୍ୟ କଲାପ ପାଇଁ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବାକୁ ପ୍ରସ୍ତାବ ଆଗତ କରାଯାଇ ଅତିଥି ମାନଙ୍କ ସହ ଗାଇସିଲେଟ ବ୍ଲକ ସମାଜ ଭାଇଙ୍କ ମିଳିତ ଉଦ୍ୟମ ଜାରି ରହିବ ବୋଲି ମତ ଦେଇଥିବା ବେଳେ ବିଧାୟକ ଦ୍ବୟ ସମାଜ ମଙ୍ଗଳ ଉଦ୍ଦେଶ୍ୟ ରେ ସହଯୋଗ କରିବେ ବୋଲି ଜଣାଇଥିଲେ । ସମାଜ ର ଶିକ୍ଷା, କୃଷି ଓ ସମାଜ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ସମାଜ ଭାଇ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ଜିଲ୍ଲା ପରିବେଶ ମଂଚ ତରଫରୁ ଚାରା ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ କୁ ହେମନ୍ତ ବାରିକ, ନବୀନ ସାହୁ, ପଞ୍ଚାନନ ମାଝୀ, ଉମାକାନ୍ତ ସାହୁ, ସନକ ପ୍ରଧାନ, ସୁଦର୍ଶନ ବାରିକ ଆଦି ସହଯୋଗ କରିଥିଲେ ।
ହିନ୍ଦୋଳ ଉପଖଣ୍ଡ ସ୍ଥରୀୟ ସାମ୍ବାଦିକ ସଙ୍ଘ ବାର୍ଷିକ ଉଛବ , ମୁଖ୍ୟ ବକ୍ତା ଙ୍କ ଅଭିଭାଷଣ ସାମ୍ବାଦିକହେଉଛନ୍ତି ଦେଶର ଜାଗ୍ରତ ପ୍ରହରି, ସାମ୍ବାଦିକ ବିନା ରାଷ୍ଟ୍ର ଗଠନ ଅସମ୍ଭବ|
ଢେଙ୍କାନାଳ:–(ସୁମନ୍ତ ଦେହୁରୀ)ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ତ ରାସୋଳ ସ୍ଥିତ ଦାମାନି ପ୍ଲାଜା ପରିସର ରେ ଶନିବାର ହିନ୍ଦୋଳ ସାମ୍ବାଦିକ ସଂଘର ବାର୍ଷୋକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ସୁଶାନ୍ତ ପତିଙ୍କ ପୌରହିତ୍ୟରେ ଜାତୀୟ ପ୍ରେସ ଦିବସ ଅବସର ରେ…
Read more