ରିପୋର୍ଟ — (ଦିପକ ମିଶ୍ର ପାଟକୁରା ) ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏବଂ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତ ପ୍ରତିଷ୍ଠାନ ସହଯୋଗରେ ଗରଦପୁର ବ୍ଲକ ସମ୍ମିଳନୀ କକ୍ଷରେ ଅଙ୍ଗନୱାଡ଼ି କର୍ମୀ,ଆଶା ଓ ଓ୍ବାଡ ସଭ୍ୟ ଓ ସଭ୍ୟା ମାନଙ୍କୁ ଏକଦିବସୀୟ ଶିଶୁ ଅନୁକୂଳ ଗ୍ରାମପଞ୍ଚାୟତ ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଏହି ଶିବିରକୁ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଅଭୟ କୁମାର ମହାରାଜ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଶିବିରରେ କାର୍ଯ୍ୟନିର୍ବାହୀ ମଣ୍ଡଳ ଉନ୍ନୟନ ଅଧିକାରିଣୀ ଦେବସ୍ମିତା ଧଳ ଓ ବ୍ଲକ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରିଣୀ ପାର୍ବତୀ ବାରିକ୍ ଅନ୍ୟତମ ଅତିଥି ଭାବେ ଯୋଗଦେଇ ମାତୃ ଗର୍ଭ ରୁ ଶିଶୁ କିଭଳି ତାହାର ମୈ।ଳିକ ସୁବିଧା ପାଇବା ସହ ସରକାର ଙ୍କ ବିଭିନ୍ନ ଯୋଜନା ମମତା, ପୋଷଣ , ଅନ୍ନପ୍ରସାନ,ଟୀକାକରଣ,ପରିମଳ ଓ ପରିବେଶରେ ଶିଶୁ କିଭଳି ନିଜର ଭବିଷ୍ୟତକୁ ଗଢ଼ି ପାରିବା ସହ ପୁଷ୍ଟିହୀନତା ଭଳି ବିଭିନ୍ନ ବ୍ୟାଧି ର ଶିକାର ନହୋଇ ଦେଶର ଭବିଷ୍ୟତ ଭାବେ ଠିଆ ହୋଇ ପାରିବ ସେନେଇ ପ୍ରଶିକ୍ଷଣ ଦେଇଥିଲେ । ଏହାଛଡା ଲିଙ୍ଗଗତ ଭେଦଭାବ ଭୂଲି ଆଜିର ସମାଜରେ ପୁଅ ସହିତ ଝିଅ ସମାନ ଏହି ସଚେତନତା ସମସ୍ତଙ୍କ ନିକଟରେ ପହଞ୍ଚାଇବା ସହ କନ୍ୟା ଭୃଣ ହତ୍ୟା କିପରି ରୋକା ଯାଇ ଉଭୟ ପୁଅ ଓ ଝିଅ ସୁନାଗରିକ ହୋଇ ଦେଶ ଗଠନ ରେ ସହାୟକ ହେବେ ବୋଲି ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଏହି ଶିବିରକୁ ସଂସ୍ଥା ବିଭାଗ ଅଧିକାରୀ ଚୈତନ୍ୟ କୁମାର ବିଶ୍ବାଳ ସଂଯୋଜନା କରିଥିବା ବେଳେ କର୍ମଚାରୀ ଶାରଦା ପ୍ରଶ୍ନନ ବାରିକ୍,ଧୃତିସୁନ୍ଦର ନାୟକ ସହଯୋଗ କରିଥିଲେ ।