ଯାଜପୁର: ଯାଜପୁରରେ ଅନୁଷ୍ଠିତ କାଳୀପୂଜାର ଶେଷ ଦିନରେ ପୂଜା କମିଟି ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୋଟିଏ ଦିନରେ ପାଖାପାଖି ମଣ୍ଡପରେ ଉପସ୍ଥିତ ରହିଲେ ବର୍ଷା ଓ ଅନୁଭବ। କିନ୍ତୁ ଉଭୟ ବିଭିନ୍ନ ସମୟରେ ସାମାଜିକ ଗଣମାଧ୍ୟମରେ ଆରୋପ ପ୍ରତ୍ୟାରୋପ କରୁଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚରେ ମୁହଁ ଖୋଲିଲେନି।
ଉଭୟ ନିଜର ଦର୍ଶକ ଓ ଶୁଭେଚ୍ଛୁଙ୍କୁ ପ୍ରଶଂସା କରିଥିଲେ। ନିଜର ପାରିବାରିକ ବିବାଦରୁ ଉଭୟେ ଦୂରରେ ରହିଥିଲେ। ଅନୁଭବ ନିକଟରେ ମୁକ୍ତିଲାଭ କରିଥିବା କର୍ମ ଚଳଚିତ୍ରର ଚିରିଂ ଚିରିଂ ଗୀତରେ ଝୁମିଥିଲେ ଦର୍ଶକ। ଜଲୱାରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ବେଳେ ବର୍ଷା ନିଜର ସୁନ୍ଦରତା, ନୃତ୍ୟ ମାଧ୍ୟମରେ ନିଜର ଫ୍ୟାନମାନଙ୍କୁ ଆକର୍ଷିତ କରିଥିଲେ। କିନ୍ତୁ ଉଭୟଙ୍କ ଯାଜପୁର ଗସ୍ତକୁ ନେଇ ବିଭିନ୍ନ ଆଲୋଚନା ହୋଇଥିଲା।
ତେବେ ଉଭୟ ଗୋଟିଏ ଷ୍ଟେଜରେ ନଥିଲେ ବି ଦୁଇଟି ଷ୍ଟେଜରେ ଦୁଇ ଜଣଙ୍କୁ ଦେଖିବାକୁ ଦର୍ଶକଙ୍କ ଭିଡ ରହିଥିଲା। ଭବାନୀ ଗଞ୍ଜ୍ ପୂଜା କମିଟି ପକ୍ଷରୁ ଅନୁଭବ ମହାନ୍ତି ଆସିଥିବା ବେଳେ ତାର ମାତ୍ର ୨୦୦ ମିଟର ଦୂରତା କିଆନାଳି ପୂଜା କମିଟି ପକ୍ଷରୁ ବର୍ଷା ପ୍ରିୟଦର୍ଶନିଙ୍କୁ ଅଣାଯାଇଥିଲା। ତେବେ ଉଭୟଙ୍କ ଗୀତରେ ବେଶ ଝୁମି ଥିଲେ ଦର୍ଶକ।