୬ ଦାଦନ ଶ୍ରମିକ ଉଦ୍ଧାର,୩ ସର୍ଦ୍ଦାର ଗିରପ |



ବଲାଙ୍ଗିର :–(.ବିନୟ କୁମାର ନନ୍ଦ) ବଲାଙ୍ଗିର ଜିଲ୍ଲା ଏକ ଦାଦନ ପ୍ରବଣ ଜିଲ୍ଲା ଭାବେ ବେଶ୍ ପରିଚିତ ଥିବାବେଳେ ବର୍ତ୍ତମାନ ଦାଦନ ଋତୁ ର ଦ୍ବିତୀୟ ପର୍ଯ୍ୟାୟ ଚାଲିରହିଛି। ବେଆଇନ ଦାଦନ ଶ୍ରମିକ ଚାଲାଣ ଉପରେ ରୋକ୍ ଲଗାଇବା ପାଇଁ ଉପ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶନାରେ ଟାକ୍ସଫୋର୍ସ ଗଠନ କରାଯାଇଛି। ହେଲେ ସେହି ଟାକ୍ସଫୋର୍ସ କେଉଁଠି କାର୍ଯ୍ୟକାରୀ ହେଉଛି ତାହା ଜନସାଧାରଣଙ୍କୁ ଅଜଣା। ଏପଟେ ଶ୍ରମ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନେଉଥିବା ବେଳେ ସ୍ଥାନୀୟ ପୋଲିସ ପ୍ରଶାସନ କୁ ହାତକରି ବେଧଡକ ଭାବେ ଦାଦନ ଶ୍ରମିକ ଚାଲାଣ କରାଯାଉଅଛି। ସର୍ଦ୍ଦାର ମାନେ ନିଜ ଅଞ୍ଚଳର ଥାନା ମାନଙ୍କୁ ଅକ୍ତିଆର କରିବାରେ ସଫଳ ହେଉଛନ୍ତି କିନ୍ତୁ ଅନ୍ୟ  ଥାନା ହାବୁଡ଼ରେ ସର୍ଦ୍ଦାର ମାନେ ଧରାପଡୁଥିବା ଦେଖିବାକୁ ମିଳୁଛି।ଗତ ଦୁଇ ଦିନ ତଳେ ଲାଠୋର ପୋଲିସ ଦ୍ବାରା ତୁରେକେଲା ଥାନା ଅଞ୍ଚଳ ର ଗୁର୍ଜିଭଟା ଗାଁ ର ସର୍ଦ୍ଦାର ହେମନ୍ତ ଶଗଡ଼ିଆ ଧରାପଡ଼ିଥିବା ବେଳେ ଆଜି ଲାଠୋର ଥାନା ଅଞ୍ଚଳର ୩ ଜଣ ସର୍ଦ୍ଦାର ଖପ୍ରାଖୋଲ ପୋଲିସ ଦ୍ବାରା ଧରାପଡ଼ିଛନ୍ତି। ସୂଚନା ଅନୁସାରେ ଗତକାଲି ରାତିରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଏ, ଏସ, ଆଇ ଏନ୍ କେ ଭୋଇ ନିଜ ଷ୍ଟାଫ୍ ସହିତ ପେଟ୍ରୋଲିଂ କରୁଥିବା ସମୟରେ ଚାରିଜଣ ମହିଳା ଓ ଦୁଇ ପୁରୁଷ କୁ ତେଲେଙ୍ଗାନା ରାଜ୍ୟ କୁ ବେଆଇନ ଭାବେ ଚାଲାଣ କରାଯାଉଥିବା ବେଳେ ଖପ୍ରାଖୋଲ ଥାନା ହରିଶଙ୍କର ଛକ ଠାରେ ଧରିବା ରେ ସକ୍ଷମ ହୋଇଥିଲେ।ଉକ୍ତ ମାମଲାରେ ଲାଠୋର ଥାନା ଅଞ୍ଚଳର ୩ ଟି ସର୍ଦ୍ଦାର ବନ୍ତ ଭଇଁଷାଲ, ଗଣେଶ ଭଇଁଷାଲ ଓ ନରେଶ ପାତ୍ର ସହ ଡ଼୍ରାଇଭର ନର ବାଗ କୁ ଗିରଫ କରାଯାଇଛି।ଏମିତିକି ଖପ୍ରାଖୋଲ ଥାନା ଅଞ୍ଚଳରେ ଆହୁରି ସର୍ଦ୍ଦାର ଅଛନ୍ତି ସେମାନଙ୍କ ଉପରେ ଖପ୍ରାଖୋଲ ପୋଲିସ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା।

  • Related Posts

    କେନ୍ଦୁ ଘାଟି ରେ ଗାଡି ଓଲଟି ଜଣେ ମୃତ ଦୁଇ ଗୁରୁତର |

    ମୋହନା -( ଜିତେନ୍ଦ୍ର କୁମାର ବେହେରା)ମୋହନା ଥାନା କେନ୍ଦୁ ଘାଟି ରେ ଓଲଟିଲା ଟ୍ରାଭେଲାର ଗାଡ଼ି, ଜଣେ ମୃତ ୬ ଆହାତ। ଆହାତ ଙ୍କ ମଧ୍ୟରୁ ଦୁଇ ଗୁରୁତର ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ…

    Read more

    କେନ୍ଦୁ ଘାଟି ରେ ଗାଡି ଓଲଟି ଜଣେ ମୃତ ଦୁଇ ଗୁରୁତର |

    ମୋହନା -( ଜିତେନ୍ଦ୍ର କୁମାର ବେହେରା)ମୋହନା ଥାନା କେନ୍ଦୁ ଘାଟି ରେ ଓଲଟିଲା ଟ୍ରାଭେଲାର ଗାଡ଼ି, ଜଣେ ମୃତ ୬ ଆହାତ। ଆହାତ ଙ୍କ ମଧ୍ୟରୁ ଦୁଇ ଗୁରୁତର ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ…

    Read more

    Leave a Reply

    Your email address will not be published. Required fields are marked *