ଗଞ୍ଜାମ:— ଗଞ୍ଜାମ ଜିଲ୍ଲା ରେ ଲୁଟେରା ଙ୍କ ଟାର୍ଗେଟ ରେ ମନ୍ଦିର l କିଛିଦିନ ମଧ୍ୟରେ ଜିଲ୍ଲା ର ଏକାଧିକ ମନ୍ଦିର ରେ ଲୁଟେରା ଦାନ ହୁଣ୍ଡୀ ସହ ବିଭିନ୍ନ ଅଳଙ୍କାର ଲୁଟ କରିଥିବା ଘଟଣା ସାମ୍ନାକୁ ଆସିଥିବା ବେଳେ ଆଜି ପୁଣି ଆସିକା ଥାନା ଅଞ୍ଚଳରେ ସମ୍ନାକୁ ଆସିଛି ସମାନ ଘଟଣା l ଥାନା ଅଧିନ ଆଲିପୁର ଗ୍ରାମର ପ୍ରସିଦ୍ଧ ଶୈବ ପୀଠ ଶୀଧେଶ୍ୱର ମନ୍ଦିର ରୁ ବିଳମ୍ବିତ ରାତିରେ ଲୁଟ କରିଛନ୍ତି ଦୁର୍ବୁତ୍ତ l ମନ୍ଦିର ର ମୁଖ୍ୟଦ୍ୱାରା ଫାଟକ ତାଲା ଭାଙ୍ଗି ଲୁଟେରା ମାନେ ମନ୍ଦିର ଭିତର କୁ ପ୍ରବେଶ କରିଥିଲେ l ଏବଂ ଦାନ ହୁଣ୍ଡୀ କୁ ସେଠାରୁ ନେଇ ନିକଟ ପାର୍କ ରେ ହୁଣ୍ଡୀ ତାଲା ଭାଙ୍ଗି ଟଙ୍କା ଲୁଟ କରିଥିଲେ l ଆଜି ସକାଳୁ ପୂଜକ ମନ୍ଦିର ରେ ପହଞ୍ଚି ଦ୍ୱାରା ତାଲା ଭଙ୍ଗା ଓ ଦାନ ଗାୟବ ଦେଖି ମନ୍ଦିର କମିଟି କୁ ଖବର ଦେଇଥିଲେ l ମନ୍ଦିର କମିଟି ସଭାପତି ଚୋରି ସମ୍ବନ୍ଧରେ ଆସିକା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଚଳାଇଛି l ତେବେ ଦାନ ହୁଣ୍ଡିରେ ଲକ୍ଷାଧିକ ଟଙ୍କା ଥିବା ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି l କିଛି ମାସ ମଧ୍ୟରେ ଆସିକା ଅଞ୍ଚଳର ବିଭିନ୍ନ ମନ୍ଦିର ରୁ ଏହି ଭଳି ଚୋରି ହୋଇଥିଲେ ମଧ୍ୟ ପୋଲିସ କୁ କୌଣସି ସଫଳତା ମିଳିପାରିନାହିଁ l ପୋଲିସ ଏହାରି ଉପରେ କେବେ ରୋକ ଲଗାଇପାରୁଛି ତାହା ଦେଖିବାକୁ ବାକିରହିଲା l
କେନ୍ଦୁ ଘାଟି ରେ ଗାଡି ଓଲଟି ଜଣେ ମୃତ ଦୁଇ ଗୁରୁତର |
ମୋହନା -( ଜିତେନ୍ଦ୍ର କୁମାର ବେହେରା)ମୋହନା ଥାନା କେନ୍ଦୁ ଘାଟି ରେ ଓଲଟିଲା ଟ୍ରାଭେଲାର ଗାଡ଼ି, ଜଣେ ମୃତ ୬ ଆହାତ। ଆହାତ ଙ୍କ ମଧ୍ୟରୁ ଦୁଇ ଗୁରୁତର ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ…
Read more