କଟକ:–( ବିନୋଦ କୁମାର ଭୋଇ ) ପବିତ୍ର କାର୍ତ୍ତିକ ମାସର ପବିତ୍ର ଗୋଷ୍ଠଷ୍ଟମୀ ତଥା ଗୋପାଷ୍ଟମୀ ଉତ୍ସବ କଟକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପାଳିତ ହୋଇଯାଇଛି। କଟକର ବିଶେଷ କରି ଅନ୍ନପୂର୍ଣ୍ଣା ଗୋଶାଳା, କଟକ ମାରଓ୍ବାଡି କ୍ଲବ ଓ ବିଶ୍ବନାଥ ଗୋପାଳ ସମିତି ପକ୍ଷରୁ ଏହି ଗୋପୁଜା କାର୍ଯ୍ୟକ୍ରମ ବହୁ ଶ୍ରଦ୍ଧାଳୁଙ୍କ ଦ୍ଵାରା ସମାପନ ହୋଇଯାଇଛି। କଟକର ମାଣିକ ଘୋଷ ବଜାର ସ୍ଥିତ ମାରଓ୍ବାଡି କ୍ଲବ ପରିସରରେ କ୍ଲବର ଯୁବମଣ୍ଡଳ ପକ୍ଷରୁ ଏହି ଗୋ ପୂଜାର ଆୟୋଜନ କରାଯାଇଥୂଲା ବେଳେ କଟକର ମାରୁତି ମଣ୍ଡପ ଠାରେ ବିଶ୍ଵନାଥ ଗୋପାଳ ସମିତି ପକ୍ଷରୁ ଏହି ପୁଜାର ଭବ୍ୟ ଆୟୋଜନ କରାଯାଇଥିଲା।ପ୍ରଭୁ ଶ୍ରୀ ରାଧାକୃଷ୍ଣଙ୍କ ପିତ୍ତଳ ନିର୍ମିତ ପ୍ରତିମାକୁ ବିମାନରେ କାନ୍ଧରେ ବୋହି ସ୍ଥାନୀୟ ଶ୍ରଦ୍ଧାଳୁ ଗୋପାଳମାନେ ସଭାପତି ଶ୍ରୀ ପ୍ରଦୀପ ପଟ୍ଟନାୟକ ଓ ସମ୍ପାଦକ ଶ୍ରୀ ମହେଶ୍ୱର ବେହେରାଙ୍କ ନେତୃତ୍ବରେ ସ୍ଥାନୀୟ ମାରୁତି ମଣ୍ଡପରେ ବିରାଜିତ କରାଇବା ପରେ ସମିତି ପକ୍ଷରୁ ଆଧ୍ୟାତ୍ମିକ ଭଜନ ଓ ସଂର୍କୀତନର ଆୟୋଜନ କରାଯାଇଥୂଲା। ସଦସ୍ୟ ଶ୍ରୀ ବ୍ରଜକିଶୋର ବେହେରା ଓ ଶ୍ରୀ ସୁରେଶ ବେହେରାଙ୍କ ଦ୍ବାରା ଆୟୋଜିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ଉପସ୍ଥିତ ଶ୍ରଦ୍ଧାଳୁମାନେ ମନଭରି ଉପଭୋଗ କରିଥିଲେ। ଅବଶେଷରେ ଶ୍ରଦ୍ଧାଳୁମାନଙ୍କୁ ସମିତି ପକ୍ଷରୁ ପ୍ରସାଦ ବଣ୍ଟନ କରିଥିଲେ। ଏହି ଉତ୍ସଵ ଲାଗି ହିନ୍ଦୁ ଧର୍ମର ଭାଇ ଭଉଣୀମାନଙ୍କ ମଧ୍ୟରେ ଖୁସୀର ଲହରୀ ଖେଳିଯାଇଛି । କଟକ ପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଗୋପାଷ୍ଟମୀ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି ।
ହିନ୍ଦୋଳ ଉପଖଣ୍ଡ ସ୍ଥରୀୟ ସାମ୍ବାଦିକ ସଙ୍ଘ ବାର୍ଷିକ ଉଛବ , ମୁଖ୍ୟ ବକ୍ତା ଙ୍କ ଅଭିଭାଷଣ ସାମ୍ବାଦିକହେଉଛନ୍ତି ଦେଶର ଜାଗ୍ରତ ପ୍ରହରି, ସାମ୍ବାଦିକ ବିନା ରାଷ୍ଟ୍ର ଗଠନ ଅସମ୍ଭବ|
ଢେଙ୍କାନାଳ:–(ସୁମନ୍ତ ଦେହୁରୀ)ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ତ ରାସୋଳ ସ୍ଥିତ ଦାମାନି ପ୍ଲାଜା ପରିସର ରେ ଶନିବାର ହିନ୍ଦୋଳ ସାମ୍ବାଦିକ ସଂଘର ବାର୍ଷୋକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ସୁଶାନ୍ତ ପତିଙ୍କ ପୌରହିତ୍ୟରେ ଜାତୀୟ ପ୍ରେସ ଦିବସ ଅବସର ରେ…
Read more