କଟକ:–( ବିନୋଦ କୁମାର ଭୋଇ)ଓଡ଼ିଶା ପୋଲିସ୍ ବିଭାଗ ପକ୍ଷରୁ ସପ୍ତଦିବସୀୟ ରାଜ୍ୟସ୍ତରୀୟ ଫୁଟବଲ୍ ପ୍ରତିଯୋଗିତାର ଉଦଯାପନୀ ଉତ୍ସବ କଟକର ଓ.ଏମ୍.ପି ଛକ ସ୍ଥିତ ୬ଷ୍ଠ ସଶସ୍ତ୍ର ଆରକ୍ଷୀ ସୁରକ୍ଷା ବଳ ପରିସରରେ ଦୁର୍ଗପତି ଶ୍ରୀ ସୂର୍ଯ୍ୟନାରାୟଣ ମଲ୍ଲିକ ଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଭବ୍ୟ ଉଦଯାପନ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଓଡ଼ିଶା ପୋଲିସ୍ ବିଭାଗର ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର ଯୋଗଦେଇ ଚମ୍ପିୟାନ କମିଶନରେଟ୍ ପୋଲିସ୍ (ଏ) ଦଳକୁ ଚମ୍ପିୟାନ ଟ୍ରଫି ଓ ରନର୍ସ ଅପ୍ ରାଉରକେଲା ପୋଲିସ୍ ଦଳକୁ ରନର୍ସ ଅପ୍ ଟ୍ରଫି ପ୍ରଦାନ କରିଥୂଲେ। ଏହି ସପ୍ତଦିବସୀୟ ପ୍ରତିଯୋଗିତା ରେ କମିଶନରେଟ୍ ପୋଲିସ୍ (ଏ) ଦଳର ଶ୍ରୀ ରଞ୍ଜନ କୁମାର ଭୋଇଙ୍କୁ ଶ୍ରେଷ୍ଠ ଗୋଲ୍ କିପର୍, ଶେଖ୍ ଆଲାମ୍ ଶ୍ରେଷ୍ଠ ଡିଫେଣ୍ଡର, ଶ୍ରୀ ଲାଖାଇ ମୁର୍ମୁଙ୍କୁ ଶ୍ରେଷ୍ଠ ମିଡ୍ ଫିଲଡର, ଜଗତସିଂହପୁର ଜିଲ୍ଲା ପୋଲିସ୍ ଦଳର ଶ୍ରୀ ନିର୍ମଳ ମାରାଣ୍ଡିଙ୍କୁ ଶ୍ରେଷ୍ଠ ଫରଓ୍ବାଡ୍ ଖେଳାଳି ଭାବେ ଏବଂ
ରାଉରକେଲା ପୋଲିସ୍ ଦଳର ଶ୍ରୀ ସମୀର କେରକେଟା ଙ୍କୁ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଓ ତୃତୀୟ ସ୍ଥାନ ଅଧିକାର କରିଥୂବା ଜଗତସିଂହପୁର ଜିଲ୍ଲା ପୋଲିସ୍ ଦଳକୁ ମୂଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି ସପ୍ତଦିବସୀୟ ପ୍ରତିଯୋଗିତା ରେ ଓଡ଼ିଶା ପୋଲିସ୍ ବିଭାଗର ସମୂଦାୟ ୪୩ ଟି ଦଳ ଭାଗନେଇ ଥିବା ବେଳେ ସର୍ବଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବରେ କଟକ ର ୬ଷ୍ଠ ସଶସ୍ତ୍ର ଆରକ୍ଷୀ ସୁରକ୍ଷା ବଳକୁ ପୁରସ୍କୃତ କରାଯାଇଥିଲା। ଏହି ଉଦଘାଟନୀ ଉତ୍ସବରେ ଓଡ଼ିଶା ପୋଲିସ୍ ବିଭାଗ ର ବହୁ ପଦସ୍ଥ ପୋଲିସ୍ ଅଧିକାରୀମାନେ ଯୋଗଦେଇଥିଲେ। ଶେଷରେ ସହକାରୀ ଦୂର୍ଗପତି ଶ୍ରୀ ସାଏ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ହିନ୍ଦୋଳ ଉପଖଣ୍ଡ ସ୍ଥରୀୟ ସାମ୍ବାଦିକ ସଙ୍ଘ ବାର୍ଷିକ ଉଛବ , ମୁଖ୍ୟ ବକ୍ତା ଙ୍କ ଅଭିଭାଷଣ ସାମ୍ବାଦିକହେଉଛନ୍ତି ଦେଶର ଜାଗ୍ରତ ପ୍ରହରି, ସାମ୍ବାଦିକ ବିନା ରାଷ୍ଟ୍ର ଗଠନ ଅସମ୍ଭବ|
ଢେଙ୍କାନାଳ:–(ସୁମନ୍ତ ଦେହୁରୀ)ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ତ ରାସୋଳ ସ୍ଥିତ ଦାମାନି ପ୍ଲାଜା ପରିସର ରେ ଶନିବାର ହିନ୍ଦୋଳ ସାମ୍ବାଦିକ ସଂଘର ବାର୍ଷୋକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ସୁଶାନ୍ତ ପତିଙ୍କ ପୌରହିତ୍ୟରେ ଜାତୀୟ ପ୍ରେସ ଦିବସ ଅବସର ରେ…
Read more