ଗଞ୍ଜାମ:–ମାଁ ବାଙ୍କେଶ୍ୱରୀ ସାମ୍ବାଦିକ ସଙ୍ଘ ପକ୍ଷରୁ ଦିଗପହଣ୍ଡି ସ୍ଥିତ ଗୋପାଳ କୋଠ ଘର ପ୍ରାଙ୍ଗଣରେ ଜାତୀୟ ପ୍ରେସ ଦିବସ ମହାଆଡମ୍ବରରେ ପାଳିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ସଙ୍ଘ ସଭାପତି ସାମ୍ବାଦିକ ଶିବ ପ୍ରସାଦ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବହୁ ସୁନାମଧନ୍ୟ କଳାକାର ଯୋଗଦାନ କରି ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। କବି ସୂର୍ଯ୍ୟ ବଳଦେବ ରଥଙ୍କ ବଂଶଧର ଓଡିଶୀ ନୃତ୍ୟଗୁରୁ ପ୍ରଦୀପ କୁମାର ରଥ ଏବଂ ତାଙ୍କ ଶିଷ୍ୟ ମାନଙ୍କ ଦ୍ଵାରା ଚମତ୍କାର ଓଡିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ। ଅନ୍ୟ କଳାକାର ମାନଙ୍କ ମଧ୍ୟରେ କଣ୍ଠଶିଳ୍ପୀ ଜଗନ କୁମାର ଗୌଡ଼, ରାଜା ସେଠୀ ଓ ଗୋଠକେଳି ଜୁନିୟର ଡେଂସ ଗ୍ରୁପ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସାମ୍ପ୍ରଦିକ କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ବିଷୟରେ ଅତିଥିମାନେ ଆଲୋଚନା କରିଥିଲେ। ମୂଖ୍ୟ ଅତିଥିଭାବେ ବିଧାୟକ ସିଦ୍ଧାନ୍ତ ମହାପାତ୍ର,
ସଂମ୍ମାନିତ ଅତିଥି ବିଜେପି ନେତା ଇଂ. ଉତ୍ତମ କୁମାର ପାଣିଗ୍ରାହୀ, ମୂଖ୍ୟ ବକ୍ତା ଭାବେ ଖେମୁଣ୍ଡି ମହାବିଦ୍ୟାଳୟ ଅଧ୍ୟକ୍ଷ ଅସିତ କୁମାର ଷଢଙ୍ଗୀ, ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଜେପି ନେତା ସିଦ୍ଧାନ୍ତ ଗଙ୍ଗୋଦେଓ, ଦିଗପହଣ୍ଡି ବିଡ଼ିଓ ଡଃ. ଚିତ୍ତରଞ୍ଜନ ଦାସ, ସାନଖେମୁଣ୍ଡି ବିଡ଼ିଓ ଜିତେନ୍ଦ୍ର ମିଶ୍ର, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ଭଟ୍ଟ, ଦିଗପହଣ୍ଡି ଥାନା ଏସ. ଆଇ ଜ୍ୟୋତି ରଞ୍ଜନ ବେହେରା,ଜିଲ୍ଲା ସରପଞ୍ଚ ସଙ୍ଘ ସଭାପତି ମନୋରଞ୍ଜନ ଗୌଡ଼ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଏଥିସହ ଦିଗପହଣ୍ଡି, ସାନଖେମୁଣ୍ଡି, ଚିକିଟି, କୁକୁଡାଖଣ୍ଡି, ଆସିକା ଓ ବ୍ରହ୍ମପୁରରୁ ବହୁ ବରିଷ୍ଠ ସାମ୍ବାଦିକ ଯୋଗଦାନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପରେଶ ଚନ୍ଦ୍ର ରଥ, ହରିବନ୍ଧୁ ରେଡ୍ଡୀ, କୁରେଶୁ ମହାରଣା,ଗଜାନନ ତ୍ରିପାଠୀ, ଲିଙ୍ଗରାଜ ଦୋରା, ରାମକୃଷ୍ଣ ପାଢ଼ୀ ପ୍ରମୁଖ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ରବୀନ୍ଦ୍ର ନାଥ ଡାକୁଆ ,ସମ୍ଭବ କୁମାର ତ୍ରିପାଠୀ,ଶଙ୍କର ସ୍ୱାଇଁ, ହରି ରେଡ୍ଡୀ, ସୁଶାନ୍ତ ମାଳି, ଉପେନ୍ଦ୍ର ଦୋରା, ସନ୍ତୋଷ ରେଡ୍ଡୀ ପ୍ରମୁଖ ସହଯୋଗ କରି ମଞ୍ଚ ପରିଚାଳନା କରିଥିଲେ ।
ହିନ୍ଦୋଳ ଉପଖଣ୍ଡ ସ୍ଥରୀୟ ସାମ୍ବାଦିକ ସଙ୍ଘ ବାର୍ଷିକ ଉଛବ , ମୁଖ୍ୟ ବକ୍ତା ଙ୍କ ଅଭିଭାଷଣ ସାମ୍ବାଦିକହେଉଛନ୍ତି ଦେଶର ଜାଗ୍ରତ ପ୍ରହରି, ସାମ୍ବାଦିକ ବିନା ରାଷ୍ଟ୍ର ଗଠନ ଅସମ୍ଭବ|
ଢେଙ୍କାନାଳ:–(ସୁମନ୍ତ ଦେହୁରୀ)ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ତ ରାସୋଳ ସ୍ଥିତ ଦାମାନି ପ୍ଲାଜା ପରିସର ରେ ଶନିବାର ହିନ୍ଦୋଳ ସାମ୍ବାଦିକ ସଂଘର ବାର୍ଷୋକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ସୁଶାନ୍ତ ପତିଙ୍କ ପୌରହିତ୍ୟରେ ଜାତୀୟ ପ୍ରେସ ଦିବସ ଅବସର ରେ…
Read more